Saturday, March 7, 2026
Homeଅଘଟଣବାଇକ ଦୁର୍ଘଟଣାରେ ଜଣେ ମୃତ ।

ବାଇକ ଦୁର୍ଘଟଣାରେ ଜଣେ ମୃତ ।

ପଦ୍ମପୁର-ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ଗୁଦେରପାଲି ଠାରେ ବାଇକ ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଛି। ମୃତ ବ୍ଯକ୍ତି ଜଣକ ବିଜେପୁର ଥାନା ଅର୍ନ୍ତଗତ ବରମୁଣ୍ଡା ଗ୍ରାମର ୨୯ ବର୍ଷିୟ କାଳିଆ ମାଝି ବୋଲି ଜଣିପଡିଛି। ସୂଚନା ଅନୁସାରେ ସୋମବାର ଭୋର ସକାଳୁ ମୃତ ବ୍ୟକ୍ତି ଜଣକ କୌଣସି କାମରେ ଘରୁ ବାହାରି ପଦ୍ମପୁର ଯାଉଥିଲା ବେଳେ ଗୁଦେରପାଲି ଘେଁସାଲି ନଦୀ ପାଖରେ ବାଇକଟି ଓଡି ୧୭.ବି.୦୬୬୫ ଭାରସାମ୍ୟ ହରାଇ ରାସ୍ତା କଡର ବାମ ପାଶ୍ୱର୍ରେ ଥିବା ଏକ ଗଛରେ ବାଡେଇ ହୋଇଯାଇଥିଲା।

ଫଳରେ ଘଟଣା ସ୍ଥଳରେ କାଳିଆର ମୃତ୍ଯୁ ହୋଇଯାଇଥିଲା। ଖବରପାଇ ମେଲଛାମୁଣ୍ଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏନେଇ ମେଲଛାମୁଣ୍ଡା ଥାନାରେ କେସ ନଂ ୮/୨୫ ରେ ଏକ ଦୁର୍ଘଟଣା ଜନିତ ମୃତ୍ଯୁ ମାମଲା ରୁଜୁ ହୋଇଛି।

error: Content is protected !!