ପଦ୍ମପୁର-ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ସର୍ଗିବାହାଲ କେନ୍ଦୁପତ୍ର ବନାଞ୍ଚଳ କାର୍ଯ୍ୟାଳୟ ସମ୍ମୁଖରେ ଭଟଲି ଥାନା ବେଛୁଆଁ ଗାଁରୁ ଏକ ବାହାଘରରେ ଯୋଗଦେଇ ଗୋଟିଏ ବାଇକରେ ଫେରୁଥିବା ଝାରବନ୍ଧ ଥାନା ଅର୍ନ୍ତଗତ ଖଡଖଡଗଞ୍ଜ ଗାଁର ବାବୁଲା ଭଟ(୪୫) ଏବଂ ତାଙ୍କ ପତ୍ନୀ ସବିତା ଭଟ(୪୪) ସୋହେଲା ଠାରୁ ପଦ୍ମପୁର ଯାଇଥିବା ରାଜରାସ୍ତାରେ ସୋହେଲା ପଟରୁ ଦୃତଗତିରେ ଆସି ରାସ୍ତା କଡ଼ରେ ଥିବା ଏକ କିଲୋମିଟର ଖମ୍ବକୁ ଯୋରରେ ଧକ୍କା ଦେଇଥିଲେ।

ଯାହାଫଳରେ ବାବୁଲା ଭଟ ସାମାନ୍ୟ ଆହତ ହୋଇଥିବା ବେଳେ ତାଙ୍କ ପତ୍ନୀ ସବିତା ଭଟ ଗୁରୁତର ହୋଇ ପଡିଥିଲେ। ଦୁଇ ଜଣଙ୍କୁ ରାସ୍ତାକଡ଼ରେ ଦୁର୍ଘଟଣା ହୋଇ ପଡିଥିବାର ଦେଖି ଉକ୍ତ ରାସ୍ତାରେ ଯାଉଥିବା ମୁନିକାନ୍ତ ସୁନା,ସାମ୍ବାଦିକ ରିଙ୍କୁ ଦେବତା ଏବଂ ଟାଟା ପାୱାର କର୍ମଚାରୀ ମାନେ ପ୍ରଥମେ ଉଭୟଙ୍କୁ ଫାଷ୍ଟଟେଡ ଚିକିତ୍ସା ଦେଇ ଆମ୍ବୁଲାନ୍ସ ଯୋଗେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ।

