ପଦ୍ମପୁର — ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବାଂଝେନମୁଣ୍ଡା ଗାଁ ର ତିନି ଜଣ ଯୁବକ ପଦ୍ମନ ଥପା, ଜଗଦିଶ ଥପା ଏବଂ ଆକାଶ ପୋଢ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଦେଖିବାକୁ ଯାଇ ସନ୍ଧ୍ୟା ରେ ଗୋଟିଏ ବାଇକରେ ତିନି ଜଣମିଶି ଘରକୁ ଫେରୁଥିବା ସମୟରେ ପଦ୍ମପୁର ସ୍ଥିତ ମହୁଲପାଲି ଗ୍ରାମ ବ୍ରିଜ ଠାରେ ଦୂର୍ଘଟଣା ଘଟିଥିଲା । ବିନା ଦୋଷରେ ଚାଲିଯାଇଥିଲା ତିନି ନିରିହ ଙ୍କ ଜୀବନ , ଗାଁ ରେ ଶୋକାକୁଳ ପରିବେଶ ମଧ୍ୟରେ ଶବ ସତ୍କାର କରାଯାଇଥିଲା । ପଦ୍ମନ ଥାପା ଜାହାଙ୍କ ବୟସ ପାଖା ପାଖି ୨୮ ବର୍ଷ ବାପାଙ୍କ ସ୍ୱର୍ଗବାସ ପରେ କୁଲି ମଜୁରି କରି ଘର ନିଜେ ସମ୍ଭାଲୁଥିଲେ ବାହାଘର ପାଇଁ ସରିଥିଲା ଝିଅ ଖୋଜା ହେଲେ କାଳରାତ୍ରୀନେଲା ଜୀବନ ଘରେ ବୁଢୀ ମାଁ କାନ୍ଦି କାନ୍ଦି ଖୋଜୁଛନ୍ତି ପୁତ୍ର ପଦ୍ମନ କୁ ।
![](https://jagrataprahari.com/wp-content/uploads/2025/01/IMG-20250129-WA0015-1024x586.jpg)
ଅନ୍ୟପଟେ ଜଗଦିଶ ଥପା ବୟସ ୧୯ ବର୍ଷ ବାପାଙ୍କ ସହ ଚାଷ କାମ କରି ଘରର ଗୁଜୁରାଣ ମେଣ୍ଟାଉଥିଲେ । ଆକାଶ ପୋଢ ବୟସ ୧୯ ବର୍ଷ ବାପା ମାଁ ଙ୍କ ଗୋଟିଏ ବୋଲି ପୁତ୍ର । ଘଟଣା କୁ ୬ ଦିନ ଅତିକ୍ରମ କଲାଣି ବର୍ତମାନ ବାଂଜେନମୁଣ୍ଡା ଗ୍ରାମରେ ଶୋକର ବାତାବରଣ ଦେଖାଯାଇଥିବା ବେଳେ ଅସହାୟ ହୋଇ ପଡିଥିବା ପରିବାରବର୍ଗ ଙ୍କ ପାଖରେ ପହଞ୍ଚିପାରି ନାହିଁ ସ୍ଥାନୀୟ ପ୍ରଶାସନ ।
![](https://jagrataprahari.com/wp-content/uploads/2025/01/cover-1024x576.jpg)
ଗତ କାଲି ସନ୍ଧ୍ୟା ରେ ଭାରତୀୟ ଜନତା ପାର୍ଟିର ପଦ୍ମପୁର ନିର୍ବାଚନ ମଣ୍ଡଳୀର ଯୁବନେତା ପ୍ରିତେଶ ବହିଦାର ଓ ବରିଷ୍ଠ ନେତା ଡ଼ଃ ଶ୍ରୀକାନ୍ତ ପାଣିଗ୍ରାହୀ,ବରିଷ୍ଠ ନେତା କେତନ ମେହେର, ଜିଲ୍ଲା ପରିଷଦ ସଭ୍ୟ ମକରଧଯ ବଗାର, କଂସର ସରପଞ୍ଚ ଆନନ୍ଦ ବେହେରା,ପଦ୍ମପୁର ନଗର ର କାଉନସିଲର କୁନାଲ ପାଣିଗ୍ରାହୀ,ସରୋଜ ମିଶ୍ର, ନରତ୍ତମ ପଧାନ, ମିତ୍ରଦ୍ୟୟ ସାହା, ଜୟଚନ୍ଦ୍ର ସାହା, ଫକୀର ସାହୁ, ଗୋକୁଳା ବଗର୍ତି, ସଂଜୟ ସାହୁ, ଦଳ ଚୌହାନ, ସୁଶୀଲ ମେହେର,ହେମନ୍ତ ସାହୁ, ପ୍ରେମାନନ୍ଦ ବିଶି, ଶେଷଦେବ ମେହେର, ଦିନେଶ ବାରିକ, ସୁରେଶ ସାହୁ ମୃତ୍ୟୁ ବରଣ କରି ଥିବା ପରିବାର ବର୍ଗ ଙ୍କୁ ଭେଟି ଦୁଃଖ ପ୍ରକାଶ କରିବା ସହ ଆର୍ଥିକ ସହଯୋଗ କରି ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଙ୍କୁ ଭେଟି ସରକାରୀ ଅନୁକମ୍ପାମୂଳକ ସହଯୋଗ ପ୍ରଦାନ କରାଯିବା ପାଇଁ ଆଲୋଚନା କରିଛନ୍ତି।
![](https://jagrataprahari.com/wp-content/uploads/2024/10/Rahaul-3x5-copy-1024x614.jpg)
![](https://jagrataprahari.com/wp-content/uploads/2024/12/20241211_222518-1024x695.jpg)