ପଦ୍ମପୁର-ବାଂଲାଦେଶରେ ହିନ୍ଦୁ ମାନଙ୍କ ଉପରେ ହେଉଥିବା ଗଣ ହତ୍ୟା, ଧର୍ଷଣ, ସମ୍ପତ୍ତି ଲୁଣ୍ଠନ ବିରୁଦ୍ଧରେ ଆଜି ବରଗଡ ଜିଲ୍ଲା ପଦ୍ମପୁରରେ ହିନ୍ଦୁ ଏକତା ମଞ୍ଚ ପକ୍ଷରୁ ସ୍ଥାନୀୟ ରାଜାଜି ଟାଉନ ହଳ ଠାରୁ ବାହାରି ଏକ ବିଶାଳ ଶୋଭାଯାତ୍ରା ଓ ବିକ୍ଷୋଭ୍ ପ୍ରଦର୍ଶନ କରଯାଇଛି ଏବଂ ଭାରତ ସରକାର ଙ୍କୁ ଚାପ ପକାଇବା ପାଇଁ ଆଜି ଭାରତ ସରକାରଙ୍କ ଉଦ୍ଦେଶ୍ୟରେ ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ ଙ୍କ ଜରିଆରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି ।
ବାଙ୍ଗଳାଦେଶରେ ହିନ୍ଦୁ ଲୋକଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ସମ୍ପୂର୍ଣ୍ଣ ଭାବେ ରୋକିବା ଉଦ୍ଦେଶ୍ୟରେ ଏହି ଜନ ଜାଗରଣ ମାଧ୍ୟମରେ ସାରା ଭାରତ ରେ ଆଜି ହିନ୍ଦୁ ମାନଙ୍କୁ ଏକ ହେବାକୁ ପଡ଼ିବ ବୋଲି ମତ ରଖି ଆନ୍ଦୋଳନ କାରୀ ଶୋଭାଯାତ୍ରାରେ ବାଂଲାଦେଶୀ ଗୋ ବେକ୍ ଗୋ ବେକ ନାରା ଦେଇ ଥିଲେ l
ଆଜିର ଏହି ଶୋଭାଯାତ୍ରାରେ ଡ଼ ବାଞ୍ଛାନିଧି ପଣ୍ଡା, ଭକ୍ତ ଚରଣ ସାହୁ, ପ୍ରତାପ ମିଶ୍ର, ଜୟନାରାୟଣ ତ୍ରିପାଠୀ, ସୁରେଶ ରାମ ଚନ୍ଦାନୀ, ଚିନ୍ମୟ କୁମାର ପଣ୍ଡା, ନୂତନ କୁମାର ସାହୁ, ପ୍ରତାପ ନାଥ, ଶିରିଷ କୁମାର ବହିଦାର, ଜ୍ୟୋଷ୍ଣା ରାଣୀ କର, କେଶବ ଜାଲ, ସୁନୀଲ ଅଗ୍ରୱାଲ, ଅଜୁ ପଟ୍ଟନାୟକ, ଅଙ୍କିତ ରାମ ଚନ୍ଦାନୀ ଓ ବିଭିନ୍ନ ସ୍କୁଲ, କଲେଜର ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ ।