ଅତାବିରା(ସୁରେନ୍ଦ୍ର କଠାର)-ବରଗଡ ଜିଲା ଅତାବିରା ବ୍ଲକ କୁଲୁଣ୍ଡା ପଂଚାୟତ ବାଜିଂପାଲି ରାସ୍ତା ଅତି ଶୋଚନୀୟ ହୋଇପଡିଛି |ବାବେବିରା କେନାଲ ରାସ୍ତାରୁ ରାଉତପଡାକୁ ସଂଯୋଗ କରୁଥିବା ଗୋଟିଏ କିଲୋମିଟର ରାସ୍ତା ଅତିଶୋଚନୀୟ ହୋଇପଡିଛି | ବର୍ଷା ହେଲେ ଆଣ୍ଠୁଏ କାଦୁଅ ରାସ୍ତାରେ ପଡାବାସୀ ଯବାଆସିବା କରୁଛନ୍ତି |ଏହି ପଡାରେ ରହୁଥିବା ୧୦ଟି ପରବାର ବର୍ଷା ହେଲେ ବନ୍ଦୀ ଜୀବନ କାଟନ୍ତି |
ନିର୍ବାଚନ ଆସିଲେ ନେତା ମାନେ ରା୍ସ୍ତା ନିର୍ମାଣ କରିବାର ପ୍ରତିଶୃତି ଦିଅନ୍ତି ଏବଂ ପରେ ଭୁଲିଯାଆନ୍ତି |ରାସ୍ତା ମରାମତି ପାଇଁ ସରପଂଚ ,ବିଡିଓ ଓ ପୂର୍ବତନ ବିଧାୟିକାକୁଂ ବାରମ୍ବାର କହିଥିଲେ ମଧ୍ୟ କିଛି ସୁଫଳ ମିନିନଥିବା ପଡାବାସୀ କହିଛନ୍ତି |ଏ ସମ୍ପର୍କରେ କୁଲୁଣ୍ଡା ସରପଂଚ ହେମାନନ୍ଦ ସେଠଙ୍କୁ ପଚାରିବାରୁ ସେ କହିଲେ ଏ ଥର ରାସ୍ତା ମରାମତି କରାଯିବ |