Sunday, March 8, 2026
Homeକଳା ସାହିତ୍ୟ ସଂସ୍କୃତିବରିଷ୍ଠ ନେତା ତଥା ଭାରତର ବଜରଙ୍ଗ ଦଳର ପୂର୍ବତନ ସଭାପତି ସ୍ବର୍ଗତ ସୁବାସ ଚନ୍ଦ୍ର ଚୌହାନଙ୍କର...

ବରିଷ୍ଠ ନେତା ତଥା ଭାରତର ବଜରଙ୍ଗ ଦଳର ପୂର୍ବତନ ସଭାପତି ସ୍ବର୍ଗତ ସୁବାସ ଚନ୍ଦ୍ର ଚୌହାନଙ୍କର ପଞ୍ଚମ ସ୍ମୃତି ସମାରୋହ ପାଳିତ ।

ପଦ୍ମପୁର– ପଦ୍ମପୁର ଉପଖଣ୍ଡ ବରିକେଲ ସ୍ଥିତ ସମଲେଇ ମନ୍ଦିର ପରିସରରେ ବରିଷ୍ଠ ରାଜନେତା ତଥା ପଣ୍ଡରା ସମାଜର ଗୌରବ ଭାରତର ବଜରଙ୍ଗ ଦଳର ପୂର୍ବତନ ସଭାପତି ସ୍ବର୍ଗତ ସୁବାସ ଚନ୍ଦ୍ର ଚୌହାନଙ୍କର ପଞ୍ଚମ ସ୍ମୃତି ସମାରୋହ ପାଳିତ ହୋଇ ଯାଇଛି। ଉକ୍ତ ସମାରୋହରେ ପ୍ରାଦେଶିକ ପଣ୍ଡରା ମହାସଂଘର କୋଷାଧ୍ୟକ୍ଷ ପଞ୍ଚାନନ ଦଳପତି ସଭାପତିତ୍ବ କରିଥଲେ। ସ୍ବର୍ଗତ ଚୌହାନ ନିଜର କଠୋର ଅଧ୍ୟବସାୟ,କଠିନ ପରିଶ୍ରମ ତଥା ଦୃଢ଼ ଇଚ୍ଛା ଶକ୍ତି ବଳରେ ଏକ ଅଖ୍ୟାତ ପଲ୍ଲୀର ନିମ୍ନ ମଧ୍ୟବିତ୍ତ ପରିବାରରୁ ଆସି ମଧ୍ୟ ନିଜକୁ ପ୍ରତିଷ୍ଠିତ କରି ପାରିଥିଲେ ବୋଲି ମତ ବ୍ୟକ୍ତ କରିଥିଲେ।

ସମାଜର ଉନ୍ନତି ପାଇଁ ତାଙ୍କର ଅନେକ ସ୍ବପ୍ନ ଥିଲା ,କିନ୍ତୁ କାଳର ଗର୍ଭରେ ସେ ସ୍ବପ୍ନ ଅଧୁରା ହୋଇ ରହିଗଲା।ତାଙ୍କର ସ୍ବପ୍ନକୁ ସାକାର କରିବା ପାଇଁ ସଭାପତି ମହୋଦୟ ଉଦବୋଧନ ଦେଇଥିଲେ। ପ୍ରାଦେଶିକ ପଣ୍ଡରା ମହାସଂଘର ସମ୍ପାଦକ ବୁଦ୍ଧଦେବ ବିଶି “ସୁବାସ ଚୌହାନ ସ୍ମୃତି କମିଟି” ଗଠନ କରିବାକୁ ଆହ୍ବାନ କରିଥିଲେ । ଯାହା ଫଳରେ ତାଙ୍କ ଅଧୁରା ସ୍ବପ୍ନକୁ ରୋମନ୍ଥନ କରାଯାଇ କିଞ୍ଚିତ ମାତ୍ରାରେ ଭାରତ ମାତାର ସେବା କରିବାକୁ ପ୍ରେରଣା ମିଳିବ।

ଅଧ୍ୟାପକ ପୌଲସ୍ତ୍ୟ ସାହା “ସୁବାସ ସେନା” ଗଠନ କରି ଜାତି ଭାଇଙ୍କ ସେବା କରିବାକୁ ଉଦବୋଧନ ଦେଇଥିଲେ। ସୁବାସ ଚୌହାନଙ୍କ ମାମୁଁ ପୀତବାସ ବଡ଼ ଗୁଚ୍ଛିଆ ତାଙ୍କର ପିଲା ଦିନର ସାମାଜିକ ସ୍ବେଛାସେବୀ କାର୍ଯ୍ୟ କଳାପ ତଥା ନିଃସ୍ଵାର୍ଥପର ସେବା ସଂପର୍କରେ ଆଲୋଚନା କରିଥିଲେ। ରାଜବୋଡ଼ାସମ୍ବର କେନ୍ଦ୍ରର ପୂର୍ବତନ ସମ୍ପାଦକ ଦୀନବନ୍ଧୁ ବିଶି ସ୍ବର୍ଗତ ଚୌହାନଙ୍କ ସ୍ମୃତିଚାରଣ କରିଥିବାବେଳେ ସୁରେଶ ଚୌହାନ,ସୋକିଲାଲ ସାହା ,ମୀନକେତନ ସାହା,ଡାକ୍ତର ବନମାଳୀ ଚୌହାନ ପ୍ରମୁଖ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

error: Content is protected !!