Saturday, March 7, 2026
Homeରାଜ୍ୟବରିଷ୍ଠ ନାଗରିକ ସଂଘ ଆନୁକୂଲ୍ୟରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ।

ବରିଷ୍ଠ ନାଗରିକ ସଂଘ ଆନୁକୂଲ୍ୟରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ।

କୁଚିଣ୍ଡା(ତପନ ଦାଶ)-କୁଚିଣ୍ଡା ବ୍ଲକ ଅନ୍ତର୍ଗତ ବକ୍ସମା ଗ୍ରାମ ପଞ୍ଚାୟତର ରାଜିବ ଭବନରେ କୁଚିଣ୍ଡାର ବରିଷ୍ଠ ନାଗରିକ ସଂଘ ଆନୁକୂଲ୍ୟରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା । ଯେଉଁଥିରେ ୧୦୧ ଜଣ ରୋଗୀ ତଥା ବରିଷ୍ଠ ନାଗରିକ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କଲେ । ସ୍ୱାସ୍ଥ୍ୟ ଶିବିରରକୁ ଏସଡିଏମଓ, କୁଚିଣ୍ଡା ଡାକ୍ତର ସୁବୋଧ କୁମାର ନାୟକ, ବରିଷ୍ଠ ଡାକ୍ତର ଶ୍ରୀ ସୂର୍ଯ୍ୟ କୁମାର ପାଢ଼ୀ ଓ ବକ୍ସମା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସରସ୍ବତୀ ଠାକୁର ଉଦଘାଟନ କରିବା ପରେ ଡାକ୍ତର ଦ୍ବୟ ରୋଗୀଙ୍କ ଚିକିତ୍ସା କରିଥିଲେ ।

ବରିଷ୍ଠ ନାଗରିକ ସଂଘର ସଦସ୍ୟ ଶ୍ରୀ ଜୟପ୍ରକାଶ ଗୁପ୍ତା, ଶ୍ରୀ ସାନ୍ତନୁ କୁମାର ସାହୁ, ଶ୍ରୀ ପ୍ରଫୁଲ୍ଲ କୁମାର ସାହୁ, ଶ୍ରୀ ରଞ୍ଜନ ମହାପାତ୍ର, ଶ୍ରୀ କିଶୋର ଚନ୍ଦ୍ର ପ୍ରଧାନ, ସଂଘର ସଭାପତି ଶ୍ରୀ ଧୀରେନ୍ଦ୍ର କୁମାର ମହାନ୍ତି, ସାଧାରଣ ସମ୍ପାଦକ ଶ୍ରୀ ଜନ କାମିଲ ଲାକଡ଼ା, ସମ୍ପାଦକ ଶ୍ରୀ ତୁଲାରାମ ସାହୁ, କୋଷାଧ୍ୟକ୍ଷ୍ୟ ଶ୍ରୀ ବନମାଳୀ ଶତପଥୀ, ସଭ୍ୟ ଶ୍ରୀ ଦୁର୍ଯ୍ୟୋଧନ ପ୍ରଧାନ, ଶ୍ରୀ ପଦ୍ମନାଭ ବେହେରା, ଶେଖ ପାପା ଅଲ୍ଲୀ,

ଶ୍ରୀ ନନ୍ଦଲାଲ ପଟେଲ, ଶ୍ରୀ ରବି କିସାନ ସମେତ ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗର ମହିଳା ସ୍ୱାସ୍ଥ୍ୟ ସେବିକା, ଆଶା କର୍ମୀଗଣ, ଅଙ୍ଗନବାଡ଼ି କର୍ମୀ ତଥା ଗ୍ରାମ ପଞ୍ଚାୟତର କର୍ମଚାରୀବୃନ୍ଦ ଅଂଶଗ୍ରହଣ କରି ଶିବିର ପରିଚାଳନାରେ ସହଯୋଗ କଲେ । ଉପଖଣ୍ଡ ପ୍ରାଣୀ ଚିକିତ୍ସକ ଡାକ୍ତର ଶ୍ରୀ ପ୍ରସନ୍ନ କୁମାର ସାମଲ ଓ ସରପଞ୍ଚ ମହୋଦୟା ଶିବିର ସଫଳତା ପାଇଁ ବିଶେଷ ସହାୟତା ଦେଇଥିଲେ l ସ୍ୱାସ୍ଥ୍ୟ ବିଭାଗର ଟେକନିସିଆନ ଶ୍ରୀ ସୌରଭ କର ଶିବିରରେ ରକ୍ତ ପରୀକ୍ଷା କରିବା ସହ ଚିକିତ୍ସା ପରେ ରୋଗୀଙ୍କୁ ଆବଶ୍ୟକ ଔଷଧ ପ୍ରଦାନ କଲେ l

error: Content is protected !!