ସୋନପୁର-ଡୁଙ୍ଗୁରିପାଲି ମହାବିଦ୍ୟାଳୟ ଡୁଙ୍ଗୁରିପାଲି ଠାରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ସରୋଜ କୁମାର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ମହାବିଦ୍ୟାଳୟର ବରିଷ୍ଠ ଗ୍ରନ୍ଥାଗାରୀକ ଶ୍ରୀଯୁକ୍ତ ଦୁର୍ବାଦଳ ମେହେରଙ୍କ ପାଇଁ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଅଛି । ଉକ୍ତ ସଭାକୁ ଶିକ୍ଷା ବିଭାଗର ମୁଖ୍ୟ ଅଧ୍ୟାପକ ଶୈଳେଶ ଶତପଥି ପରିଚାଳନା କରିଥିଲେ । ଭକ୍ତ ସଭାରେ ଇଂରାଜି ବିଭାଗର ମୁଖ୍ୟ ପ୍ରଧ୍ୟାପକ ଶ୍ରୀଯୁକ୍ତ ବିଜୟାନନ୍ଦ ଦାଶ, ପ୍ରଧ୍ୟାପକ ଶ୍ରୀଯୁକ୍ତ ଶୁକଦେବ ଝାଙ୍କର, ସଂସ୍କୃତ ବିଭାଗ ର ମୁଖ୍ୟ ଶ୍ରୀମତୀ ପଦ୍ମିନୀ ଗୁରୁ, ଓଡ଼ିଆ ବିଭାଗର ମୁଖ୍ୟ ଶ୍ରୀଯୁକ୍ତ ଲକ୍ଷ୍ମଣ ଭୁଏ ପ୍ରମୁଖ ମଞ୍ଚାସୀନ ଥିଲେ । ମହାବିଦ୍ୟାଳୟ ତରଫରୁ ଶ୍ରୀଯୁକ୍ତ ଦୁର୍ବାଦଲ ମେହେର୍ ଙ୍କୁ ଉପଢୌକନ ଦେଇ ସଂବର୍ଦ୍ଧିତ କରାଯାଇଥିଲା । ଭକ୍ତ ସଭାରେ ଅଧ୍ୟାପକ ପ୍ରକାଶ କୁମାର ମେହେର, ଅଧ୍ୟାପିକା ମଧୁସ୍ମିତା ଶତପଥି, ଅଧ୍ୟାପିକା ଲିପସା ବେହେରା, ଅଧ୍ୟାପିକା ସଞ୍ଜୁକ୍ତା ବାରିକ, ସମସ୍ତ ଅଣ ଶିକ୍ଷକ କର୍ମଚାରୀ ଏବଂ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।



