Saturday, March 7, 2026
Homeରାଜ୍ୟବରିକେଲ ମଣ୍ଡଳରେ ବିଜେପି ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ।

ବରିକେଲ ମଣ୍ଡଳରେ ବିଜେପି ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ।

ପଦ୍ମପୁର-ଭାରତୀୟ ଜନତା ପାର୍ଟି ପଦମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବରିକେଲ ମଣ୍ଡଳ ଦ୍ଵାରା ବରିକେଲ ଗ୍ରାମ ଠାରେ ଦେଶର ସାର୍ବଭୋମତ୍ଵ ବଜାୟ ରଖିବା ଏବଂ ବିର ଯବାନ ମାନଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ବରିଷ୍ଠ ବରିଷ୍ଠ ବିଜେପି ନେତା ଗୋବର୍ଦ୍ଧନ ଭୋଏଙ୍କ ନେତୃତ୍ବରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଉଛି l ଅପରେସନ ସିନ୍ଦୁର ଭାରତୀୟ ଯବାନଙ୍କ ପରାକ୍ରମ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଳିଷ୍ଠ ନେତୃତ୍ୱ ଓ ଦିଗଦର୍ଶନ ସାରା ଦେଶ ଦେଖିସାରିଛି , ଯାହା ସାରା ଭାରତୀୟଙ୍କ ପାଇଁ ଗୌରବ ଏହି ଶୋଭାଯାତ୍ରା ସେହି ଯବାନ ମାନଙ୍କ ଉଦ୍ଦେଶ୍ୟରେ ବୋଲି ଗୋବର୍ଦ୍ଧନ ଭୋଏ କହିଥିଲେ।

ଏହି ରାଲିରେ ଅନ୍ୟ ମାନଙ୍କ ମଧ୍ଯରେ ଜିଲ୍ଲାପରିଷଦ ସଭ୍ୟା ସରସ୍ଵତୀ ସାହୁ, ବରିକେଲ ସରପଞ୍ଚ ଦିନେଶ ସେଠ, ସମିତି ସଦସ୍ୟ ମନ୍ତ୍ର ସେଠ, କାଉନସିଲର ଚିନ୍ମୟ ପଣ୍ଡା, ମଣ୍ଡଳ ସଭାପତି ଦିବ୍ୟ ପଧାନ, ସୁନିଲ ଅଗ୍ରୱାଲ, ଟୁନା ଡନସନା, ଅକ୍ଷୟ ସାହୁ, ଜନକ ସାହୁ,ନିରୋଜ ଦାସଙ୍କ ସମେତ ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇଥିଲେ ।କାର୍ଯ୍ଯକ୍ରମକୁ ବରିକେଲ ପଂଚାୟତର ଟୁକୁ ପାତ୍ର, ଗୋଲକ ମେହେର, ରାଜେଶ ସାହୁ, ଅନନ୍ତ ସାହୁ, କ୍ଷେତ୍ରପାଲ ସାହୁ ଏବଂ ଗ୍ରାମବାସୀ ପରିଚାଳନାରେ ସହଯୋଗ କରିଥିଲେ ।

error: Content is protected !!