ବରପାଲି-ବରପାଲି ବ୍ଳକ ବାଞ୍ଜିପାଲି ବରାଡ ବାଲୁଙ୍କେଶ୍ୱର ବାବା ମନ୍ଦିର ପ୍ରତିଷ୍ଠା ଉତ୍ସବ ଉଦଯାପିତ ହୋଇଯାଇଛି। ତ୍ରିଦିବସିୟ ଶ୍ରୀ ଶ୍ରୀ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଧୁମଧାମରେ ପାଳିତ ହୋଇଥିଲା। = ମନ୍ଦିର ପ୍ରତିଷ୍ଠାତା ବିଶ୍ବେଶର ପ୍ରଧାନ ଓ ଯଶୋବନ୍ତୀ ପ୍ରଧାନଏବଂ ଯଜ୍ଞକର୍ତ୍ତା ଭାବେ ବିଶ୍ଵେଶର ପ୍ରଧାନ ଓ ଯଶୋବନ୍ତୀ ପ୍ରଧାନ କାର୍ଯ୍ଯଭାର ନିର୍ବାହ କରିଥିଲେ। ସେହିପରି ଉତ୍ସବରେ ଆୟୋଜକ ମାନଙ୍କ ସହାୟତାରେ ଜଳନ୍ଧର ଦରବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ପ୍ରତ୍ୟେକ ଦିନ ପାରାୟଣ ଓ ସଂନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ପୂଜକ ହିସାବରେ ସଦାନନ୍ଦ ଦାସ, ଗୋପାଳ ଦାସ, ବୈଷ୍ଣବ ଦାସ । ମନ୍ଦିର ପ୍ରତିଷ୍ଠା ଅବସରରେ ଗାଁ ର ସୁବାସ ବାରିକ , ଗଙ୍ଗାଧର ଦାସ, ସିଦ୍ଧେଶ୍ୱର ପ୍ରଧାନ, ସମୀର ଦାଶ, ସାନନ୍ଦ ବାରିକ, ଇଶ୍ଵର ନାୟକ, ଯାଦବ ପ୍ରଧାନ, ଲୋକନାଥ ପ୍ରଧାନ, ଶ୍ରୀକାନ୍ତ ସ୍ବାଇଁ, ଆଲୋକ ଦାସ ସାମନ୍ତ ବାରିକ, ତୋଷବନ୍ତ ପ୍ରଧାନ, ଆଶୁତୋଷ ପ୍ରଧାନ ବଳଭଦ୍ର ବାରିକ ଗାଁ ବହୁ ଲୋକ ସାହାଯ୍ୟ କରିଥିଲେ।

