Tuesday, April 22, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିବରପାଲି ଶୀତଳ ଷଷ୍ଠୀ ଯାତ୍ରା ମହୋତ୍ସବ ପାଇଁ ପ୍ରଶାସନିକ ବୈଠକ ।

ବରପାଲି ଶୀତଳ ଷଷ୍ଠୀ ଯାତ୍ରା ମହୋତ୍ସବ ପାଇଁ ପ୍ରଶାସନିକ ବୈଠକ ।

ବରପାଲି – ବରପାଲି ସ୍ଥାନୀୟ ବ୍ଲକ ସଭାଗୃହ ଠାରେ ବରପାଲି ବ୍ଲକ ବିଡ଼ିଓ ସୁମନ୍ତ କୂମ୍ଭାରଙ୍କ ଅଧ୍ୟକ୍ଷତାରେ ବରପାଲିର ମହାନ ପୌରାଣିକ ୧୪୭ତମ ଶୀତଳ ଷଷ୍ଠୀ ଯାତ୍ରା ମହୋତ୍ସବ ନିମନ୍ତେ ଏକ ପ୍ରସାଶନିକ ବୈଠକ ଅନୁଷ୍ଠିତ ହୋଉଥିଲା । ଏଥିରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଭୁବନ କୁମାତ ଶତପଥୀ, ଏନଏସି ଅଧ୍ୟକ୍ଷ ଦୀନେଶ ଗହୀର, ଉପାଧ୍ଯକ୍ଷ ଶ୍ରୀମତୀ ସୁପ୍ରିତି ଜେନା, ବିଧାୟକ ପ୍ରତିନିଧି ଟିକେତ ମହତ୍ତମ, ଅତିତିକ୍ତ ବ୍ଲକ ଶିକ୍ଷା ଅଧିକାରୀ ରତ୍ନକୁମାର ଭୋଇ ମଞ୍ଚାସୀନ ରହିଥିବା ବେଳେ ସ୍ବାସ୍ତ୍ୟ ବିଭାଗ, ଜଳସମ୍ପଦ ବିଭାଗ, ଅଗ୍ନିଶମ ବିଭାଗ, ବିଦ୍ୟୁତ ବିଭାଗ, ପୋଲିସ ବିଭାଗୀୟ ଅଧିକାରୀ ତଥା

ଏନଏସିର ସମସ୍ତ କାଉନସିଲର ଓ କାର୍ଯ୍ୟକର୍ତ୍ତା ଉପସ୍ଥିତି ରହି ବରପାଲି ଶୀତଳ ଷଷ୍ଠୀ ଯାତ୍ରା ମହୋତ୍ସବ କମିଟି ସଭାପତି ଆନନ୍ଦ ବାବୁ,ସମ୍ପାଦକ ଜୟନ୍ତ ତ୍ରିପାଠୀ,ବରିଷ୍ଠ ସଭ୍ୟ ପିନାକୀ ଦାଶ ଓ ସଭ୍ୟ ମାନଙ୍କ ସମେତ ହିମାଦ୍ରୀ ନଗର ଶିବାଜୀ କ୍ଲବ ଜଗତ ଜନନୀ ମାତା ପାର୍ବତୀ ବିବାହ ଉତ୍ସବ କମିଟି ସଭାପତି ବିଜୁ ମେହେର,ସମ୍ପାଦକ ଧର୍ମରାଜ ସିଂହ ବାରିହା ଏବଂ ସଦସ୍ୟ ମାନଙ୍କ ସହିତ ଶୀତଳ ଷଷ୍ଠୀ ଯାତ୍ରା ମହୋତ୍ସବ ର ସୁ ପରିଚାଳନା ଓ ବିଭିନ୍ନ ସମସ୍ୟା ଯଥା ଯାତ୍ରା ସମୟରେ ବ୍ୟାଧି ହେଉଥିବା ରାସ୍ତାର ସଂପ୍ର ସାରଣ,ରାସ୍ତା ଓ ନାଳ ନର୍ଦ୍ଧମାର ସଫେଇ, ସମଲେଶ୍ଵରୀ ମନ୍ଦିର ନିକଟରେ ଥିବା ଉଠା ଦୋକାନ ହଟାଇବା, ଯାତ୍ରା ସମୟରେ ପିବା ପାଣି ଓ ବିଦ୍ୟୁତ ସମସ୍ୟା ଭଳି ବିଭିନ୍ନ ବିଷୟରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଥିଲା । ଶେଷରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ରତ୍ନକୁମାର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

error: Content is protected !!