ବରପାଲି-ବରପାଲି ଶ୍ୟାମା ଛକରେ ମାଁଶ୍ୟାମା କାଳୀଙ୍କ ୫୬ ତମ ପୂଜନ ଉତ୍ସବ ନିତିକାନ୍ତି ପାଳନିୟ ଭାବରେ ଆଗେଇଚାଲିଛି। ଶୁକ୍ରବାର ପୁର୍ବାହ୍ନରେ ଚଣ୍ଡୀ ପାଠ ପରେ ଚଣ୍ଡୀ ହୋମ ଅନୁଷ୍ଠାନ ଆୟୋଜିତ ହୋଇଥିଲା । ବରପାଲି ଶ୍ୟାମା ଛକ ଠାରେ ଅନୁଷ୍ଠିତ ପୂଜା ପାଇଁ ଗୁରୁବାର ସନ୍ଧ୍ୟା ରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।ଘଣ୍ଟ ବାଦ୍ୟ, ଦୂଲ ଦୁଲୀ ବାଜା ସହ ଏହି ଶୋଭାଯାତ୍ରା ସହର ପରିକ୍ରମା କରି କେନାଲ ଠାରେ ପୂଜା ଅର୍ଚ୍ଚନା କରି ପୂର୍ଣ୍ଣ କଳସ ଆଣିବା ପରେ ମଧ୍ୟରାତ୍ର ସମୟରେ ମାଁ ଙ୍କ ପୂଜାବିଧି ଆରମ୍ଭ କରାଯାଇଥିଲା ।
ଅଶୋକ କୁମାର ପଣ୍ଡା ପୂଜାକର୍ତ୍ତା ଦାୟିତ୍ଵ ତୁଳାଉଥିବା ବେଳେ ପଣ୍ଡିତ ହେମନ୍ତ ମିଶ୍ରଙ୍କ ସମେତ ଆଚାର୍ଯ୍ଯ ଡୋଲାମଣି ଦେବତା,ଅନୀଲ ରଥ,କିଶୋର ମିଶ୍ର, ସୁରେଶ ମହାପାତ୍ର ପ୍ରମୁଖ ପୂଜା କାର୍ଯ୍ୟକ୍ରମରେ ସହାୟତା କରିଥିଲେ। ଆସନ୍ତା ଶନିବାର ସନ୍ଧ୍ୟାରେ ହୋମଯଜ୍ଞ ଅନୁଷ୍ଠାନର ପୂର୍ଣ୍ଣାହୁତି ପର୍ବ ସମ୍ପର୍ଣ୍ଣ ହେବ। ସେହିପରି ମାଁଙ୍କ ନିକଟରେ ଛପନ ଭୋଗ ଲାଗି ବିଧି ପାଳିତ ହେବ। ପ୍ରତିଦିନ ରାତ୍ର ସମୟରେ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ପାରମ୍ପାରିକ ସାଂସ୍କୃତିକ ବ୍ଯବସ୍ଥା ମାନ ଆୟୋଜିତ ହୋଇଛି।