Tuesday, January 28, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିବରପାଲି ମହାବିଦ୍ୟାଳୟ ଓଡ଼ିଆ ବିଭାଗ ପକ୍ଷରୁ ପାଠଚକ୍ର ।

ବରପାଲି ମହାବିଦ୍ୟାଳୟ ଓଡ଼ିଆ ବିଭାଗ ପକ୍ଷରୁ ପାଠଚକ୍ର ।

ବରପାଲି-ବରପାଲି ମହାବିଦ୍ୟାଳୟ ପରିସରରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ଏକ ପାଠଚକ୍ର ଆଲୋଚନା ସଭାର ଆୟୋଜନ ହୋଇଯାଇଛି। ଅଧ୍ୟକ୍ଷା ସୁଶ୍ରୀ ଜୟନ୍ତୀ ଦାଶ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ସଭାକୁ ଉଦଘାଟନ କରିଥିଲେ। ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ଉତ୍ତର କୁମାର ଗଡ଼ତିଆଙ୍କ ସଭାପତିତ୍ଵରେ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା। ପ୍ରାରମ୍ଭରୁ ଛାତ୍ରୀ ସନ୍ଧ୍ୟା, ଶୁଭଶ୍ରୀ, ବିନୋଦିନୀ ଏବଂ ରିତୁଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ।

ଯୁକ୍ତ ତିନି ପ୍ରଥମ ବର୍ଷର ଅଧ୍ଯୟନ ରହିଥିବା ଛାତ୍ରଛାତ୍ରୀ ବିଜେ ମେହେର “ସମ୍ବଲପୁରୀ ଭାଷା ଓ ସଂସ୍କୃତି”, ସାହିଲ ନାଗ “ବରଗଡ଼ର ବାନ୍ଧକଳା “, ବାସୁଦେବ ସୁନା ” ଛ’ ମାଣ ଆଠଗୁଣ୍ଠର ସାମାଜିକ ଚିତ୍ର” , ଅନୁପମା ପଧାନ “ଗଙ୍ଗାଧର ସାହିତ୍ୟରେ ସୁଭାଷିତ” ଶୀର୍ଷକ ନିଜ ନିଜ ଭିତ୍ତି ପ୍ରବନ୍ଧ ମାନ ପାଠ କରିଥିଲେ। ଠିକ୍ ସେହିପରି ଦ୍ଵିତୀୟ ବର୍ଷ ଛାତ୍ରଛାତ୍ରୀ ରୁକ୍ମିଣୀ ଭୁଏ “ପଶ୍ଚିମ ଓଡ଼ିଶାର ଲୋକକଳା ଓ ସଂସ୍କୃତି”, ତପସ୍ଵିନୀ ଷଡ଼ଙ୍ଗୀ “ସ୍ବାମୀ ବିବେକାନନ୍ଦଙ୍କ ଜୀବନ ଦର୍ଶନ”, ବର୍ଷା ଭୋଇ “ଗଙ୍ଗାଧରଙ୍କ ତପସ୍ଵିନୀ କାବ୍ୟରେ ଭାରତୀୟ ସଂସ୍କୃତିର ଚିତ୍ର”, କବିତା ସା ” ଜଗନ୍ନାଥ ସଂସ୍କୃତି: ଏକ ଅଧ୍ୟୟନ ” ଶୀର୍ଷକ ପ୍ରବନ୍ଧ ପାଠ କରିଥିଲେ ।

ପୁନଶ୍ଚ ତୃତୀୟ ବର୍ଷର ଛାତ୍ରୀ ମାନସୀ ବେହେରା “ପାଣ୍ଡ୍ରିଡୁଙ୍ଗୁରି ଅଞ୍ଚଳର ଗିରି ଗୋବର୍ଦ୍ଧନ ପୂଜା” ଓ ରିତୁ ସାହୁ “ଦୟାନିଧି ମିଶ୍ରଙ୍କ ‘କଥା କଦମ୍ବ’ : ଏକ ଅଧ୍ୟୟନ” ଶୀର୍ଷକ ପ୍ରବନ୍ଧ ପାଠ କରିଥିଲେ । ତା’ ପରେ ଛାତ୍ରଛାତ୍ରୀ ମାନେ ନିଜ ପ୍ରଶ୍ନ ଓ ଜିଜ୍ଞାସା ଉପସ୍ଥାପନ କରିଥିଲେ ଏବଂ ଏହାର ଉତ୍ତର ରଖିଥିଲେ ପ୍ରାବନ୍ଧିକ, ପ୍ରାବନ୍ଧିକା। ପରେ ବିଭାଗିୟ ଅଧ୍ୟାପକ ଉତ୍ତର କୁମାର ଗଡ଼ତିଆ, ଅଧ୍ୟାପିକା ଡ. ସମ୍ବିତା ପ୍ରଧାନ, ଅଧ୍ୟାପକ ଅରୁଣ କୁମାର ବାରିକ, ଅଧ୍ୟାପକ ଡ. ବିଶ୍ଵନାଥ ସାହୁ ପଠିତ ପ୍ରବନ୍ଧ ଗୁଡ଼ିକ ଉପରେ ସ୍ଵୀୟ ମତାମତ ରଖିଥିଲେ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଛାତ୍ରୀ ବିନୋଦିନୀ ସାହୁ ।

error: Content is protected !!