Saturday, March 7, 2026
Homeରାଜ୍ୟବରପାଲି ମହାବିଦ୍ୟାଳୟ ଇତିହାସ ବିଭାଗ ସମ୍ପାନ ।

ବରପାଲି ମହାବିଦ୍ୟାଳୟ ଇତିହାସ ବିଭାଗ ସମ୍ପାନ ।

ବରପାଲି-ବରପାଲି ମହାବିଦ୍ୟାଳୟ ପରିସରରେ ଇତିହାସ ବିଭାଗ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଆଲୋଚନା ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ବିଭାଗିୟ ମୁଖ୍ୟ ଅଧ୍ୟାପକ ଅଶୋକ କୁମାର ପଧାନଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ମହାବିଦ୍ୟାଳୟ ଅଧ୍ୟକ୍ଷା ସୁଶ୍ରୀ ଜୟନ୍ତୀ ଦାଶ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ପାଠଚକ୍ରର ଆଲୋଚ୍ଯ ବିଷୟ କଳିଙ୍ଗର ଭୌଗଳିକ ଇତିହାସ ସମ୍ପର୍କରେ ଆଲୋଚନା ହୋଇଥିଲା। ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ପଦ୍ମିନୀ ଦାଶ ମୁଖ୍ୟବକ୍ତା ଭାବରେ ଯୋଗଦେଇ କାର୍ଯ୍ଯକ୍ରମକୁ ଉଦଘାଟନ କରିବା ସହ ବିଷୟକୁ ନେଇ ଉପରେ ଆଲୋଚନା କରିଥିଲେ ।

ଇତିହାସ ବିଭାଗ ଅଧ୍ୟାପକ ଡ.ଭଗବାନ ମହାନନ୍ଦ , ଡ.କାହ୍ନୁ ମେହର, ଡ. ବାଳକୃଷ୍ଣ ପଟେଲ ଅତିଥି ଭାବେ ଯୋଗ ଦେଇ ମଞ୍ଚାସିନ ହୋଇଥିଲେ। ପାଠଚକ୍ରରେ ଛାତ୍ରଛାତ୍ରି ମାନଙ୍କ ମଧ୍ୟରୁ ଛାନ୍ଦଲିସା ତାଣ୍ଡି, ମୁନା ମେହେର, ରାଜେଶ କର୍ମୀ, ତାରାକାନ୍ତ ପାତ୍ର, ରାଜା ବାରିକ, ଶ୍ରାବଣୀ ନଈ ପ୍ରମୁଖ ନିଜ ପ୍ରସ୍ତୁତ ପ୍ରବନ୍ଧ ମାନ ଉପସ୍ଥାପନ ସହ ଆଲୋଚନା କରିଥିଲେ । ଶେଷରେ ଛାତ୍ର ତାରାକାନ୍ତ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!