Saturday, March 7, 2026
Homeରାଜ୍ୟବରପାଲି ମହାବିଦ୍ୟାଳୟ ଆତ୍ମ ସୁରକ୍ଷା ତାଲିମ୍ ଶିବିର ।

ବରପାଲି ମହାବିଦ୍ୟାଳୟ ଆତ୍ମ ସୁରକ୍ଷା ତାଲିମ୍ ଶିବିର ।

ବରପାଲି-ବରପାଲି ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷା ଜୟନ୍ତୀ ଦାଶଙ୍କ ଅଧକ୍ଷତାରେ ମହିଳା ଆତ୍ମ ସୁରକ୍ଷା ତାଲିମ୍ ଶିବିର ଉଦଘାଟିତ ହୋଇଯାଇଛି। ବୁଧବାର ପୁର୍ବାହ୍ନରେ ସେଭାରମ୍ଭ ହୋଇଥିବା ଶିବିର ଆଗାମି ଦଶ ଦିନ ପର୍ଯ୍ଯନ୍ତ ପରିଚାଳିତ ହେବ। ଯୁକ୍ତ ଦ୍ବିତିୟ ବର୍ଷ ଛାତ୍ରୀ ମାନଙ୍କୁ ନେଇ ଆୟୋଜିତ ଶିବିରରେ ଆତ୍ମ ସୁରକ୍ଷାର ଆବଶ୍ୟକତା ଓ ଉଦ୍ଦେଶ୍ୟ ବିଷୟରେ ତାଲିମ ଦେବାର ବ୍ୟବସ୍ଥା ହୋଇଛି। ମାଷ୍ଟର ଟ୍ରେନର ରେଣୁକା ଗହୀର ପ୍ରଶିକ୍ଷଣ ଦେଇଥିଲେ l

ପ୍ରୋଗ୍ରାମ କୋ ଆଡିନେଟର ଅଧ୍ୟାପିକା ଡ. ସମ୍ବିତା ପ୍ରଧାନଙ୍କ ତତ୍ବାଧାନରେ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା। ଏହି ଅବସରରେ ଅତିଥି ମାନେ ଆତ୍ମସୂରକ୍ଷା ଭିତ୍ତିକ ରଣକୌଶଳ ସହ ଭିନ୍ନଭିନ୍ନ ଶୈଳି ମାନଙ୍କ ଉପରେ ବୁଝାଇଥିଲେ ପରେ ତାଳିମ କାର୍ଯ୍ଯ ଆରମ୍ଭ ହୋଇଥିଲା। ଏହି ଅବସରରେ ବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ ।

error: Content is protected !!