Wednesday, January 29, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିବରପାଲି କୁଲତା ସମାଜର ବନ୍ଧୁମିଳନ।

ବରପାଲି କୁଲତା ସମାଜର ବନ୍ଧୁମିଳନ।

ବରପାଲି-ବରପାଲି କୁଲତା ସମାଜ ପକ୍ଷରୁ ଏକ ବାର୍ଷିକ ବନ୍ଧୁମିଳନ ସମାବେଶ ହୋଇଯାଇଛି। ରବିବାର ପୁର୍ବାହ୍ନରେ ଇଷ୍ଟ ଦେବା ଦେବୀ ଶ୍ରୀଶ୍ରୀ ରଣେଶ୍ୱର ବାବା ଓ ମାଁ ଶ୍ରୀଶ୍ରୀ ରମଚଣ୍ଡୀଙ୍କ ପୂଜାର୍ଚ୍ଚନା ସମସ୍ତ ସଦସ୍ଯ ଓ ସଦସ୍ୟାଙ୍କ ଗହଣରେ ହୋଇଥିଲା। ଏହି ଅବସରରେ ଏକ ସଭାର ଆୟୋଜନ ହୋଇଥିଲା । କୁଲତା ସମାଜ ସଭାପତି ପୁରୋଷୋତ୍ତମ ଭୋଇଙ୍କ ସଭାପତିତ୍ବରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିବା ବେଳେ ମୁଖ୍ୟଅତିଥି ଭାବେ ବିଜେପୁର ବିଧାୟକ ସନତ ଗଡତିଆ କାର୍ଯ୍ଯକ୍ରମକୁ ଉଦଘାଟନ କରିଥିଲେ ।

ସମ୍ମାନିତ ଅତିଥି ଭାବରେ ବରଗଡ ଜିଲ୍ଲା କୁଲତା ସମାଜ ସଭାପତି ଅଗ୍ନି କୁମାର ପଧାନ,ଜିଲ୍ଲା କୁଲତା ସମାଜ ସଂପାଦକ ଡା. ପର୍ଶୁରାମ ବାରିକ୍, ବ୍ଳକ କୁଲତା ସମାଜ ସଭାପତି କୃଷ୍ଟଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ସୋହନ ପଧାନଙ୍କ ଦ୍ବାରା ସ୍ବାଗତ ସହ ପରିଚୟ ପ୍ରଦାନ ପର୍ବ ସମ୍ପର୍ଣ୍ଣ ହୋଇଥିଲାସଂପାଦକୀୟ ବାର୍ଷିକ ବିବରଣି ହିମାଂଶୁ ଶେଖର ସାହୁ ପାଠ କରିଥିବା ବେଳେ ଆୟ ବ୍ୟୟ ବିବରଣି ଦିନବନ୍ଧୁ ପଧାନ ଉପସ୍ଥାପନ କରିଥିଲେ।

ଶ୍ରୀମତି ସେବା ବିନିମୟ ଯୁକ୍ତା ବାରିକ୍ ଧନ୍ୟବାଦ ଅର୍ପଣ କରିଥିଲେ। ଅତିଥି ମାନେ ସମାଜର ବିକାଶ ସହ ସାମାଜିକ ନିତି, ଆଦର୍ଶ,ପରମ୍ପରା,ଆଗାମି ଭବିଷ୍ୟତକୁ ସୁଦୃଢ କରିବା ସହିତ ଶିକ୍ଷା ଓ କୃଷିର ଉନ୍ନତି ପାଇଁ ଆମେ ସମସ୍ତେ ଗଠନ ମୂଳକ ଚିନ୍ତାଧାରା ମାଧ୍ୟମରେ ଆଗେଇ ଆସିବା କଥା ବୋଲି ପ୍ରବର୍ତ୍ତାଇଥିଲେ।

error: Content is protected !!