Tuesday, April 15, 2025
spot_imgspot_imgspot_img
Homeରାଜ୍ୟବରପାଲି କଲେଜ ମହିଳା ଆତ୍ମସୂରକ୍ଷା କର୍ମଶାଳା ଉଦଯାପିତ ।

ବରପାଲି କଲେଜ ମହିଳା ଆତ୍ମସୂରକ୍ଷା କର୍ମଶାଳା ଉଦଯାପିତ ।

ବରପାଲି-ରପାଲି ମହାବିଦ୍ୟାଳୟ ପରିସରରେ ଦଶଦିବସିୟ ମହିଳା ଆତ୍ମସୂରକ୍ଷା କର୍ମଶାଳା ଉଦଯାପିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷା ଜୟନ୍ତି ଦାଶ ଆନୁଷ୍ଠାନିକ ଭାବରେ ଶିବିରକୁ ଉଦଘାଟନ କରିଥିଲେ। ୧୮୪ଜଣ ଛାତ୍ରୀ ଶିକ୍ଷାର୍ଥି ଭାବରେ ଶିବିରରେ ଯୋଗ ଦେଇ ଭିନ୍ନଭିନ୍ନ ରଣକୌଶଳ ଓ ଆତ୍ମସୂରକ୍ଷା ଜନିତ କୌଶଳ ଶିକ୍ଷା ପ୍ରାପ୍ତି କରିଥିଲେ। ଭାରପ୍ରାପ୍ତ ଅଧିକାରୀ ଅଧ୍ୟାପିକା ନତସା ସିକନ୍ଦରଙ୍କ ତତ୍ବାଧାନରେ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିବା ବେଳେ

ସମ୍ମାନିତ ଅତିଥି ଭାବରେ ପ୍ରସାସନିକ ଅଧିକାରୀ ପ୍ରଧ୍ୟାପକ ସୁଶିଲ କୁମାର ସତପଥି ଓ ବାଳିକା ହାଇସ୍କୁଲ କ୍ରିଡା ଶିକ୍ଷୟତ୍ରି ମାଷ୍ଟର ଟ୍ରେନର ସଂଯୁକ୍ତା ବାଗ ପ୍ରମୁଖ ଯୋଗ ଦେଇଥିଲେ। ଆୟୋଜିତ ସଚେତନ ସଭାରେ ଅତିଥି ମାନେ ନାରୀ ଶକ୍ତି ସାମର୍ଥ୍ୟ ସହିତ ଆତ୍ମସୂରକ୍ଷା ଯଥାର୍ତତା ଓ ପ୍ରଯୁର୍ଯ୍ଯକୁ ନେଇ ଆଲୋଚନା କରିଥିଲେ। ଦଶ ଦିବସିୟ ଭାବରେ ଆୟୋଜିତ ତାଲିମ ଶିବିରର ଆଜି ଉଦଯାପନୀ ଉତ୍ସବ ପାଳିତ ହେବା ସହ ପ୍ରମାଣପତ୍ର ବିତରଣ କରାଯାଇଥିଲା। ଅଧ୍ୟାପିକା ନତାସା ସିକନ୍ଦର ସୂଚନା ସହ ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!