Saturday, March 7, 2026
Homeରାଜ୍ୟବରପାଲି କଲେଜ ଇଂରାଜି ବିଭାଗ ପକ୍ଷରୁ ସେମିନାର ଅନୁଷ୍ଠିତ।

ବରପାଲି କଲେଜ ଇଂରାଜି ବିଭାଗ ପକ୍ଷରୁ ସେମିନାର ଅନୁଷ୍ଠିତ।

ବରପାଲି – ବରପାଲି ମହାବିଦ୍ୟାଳୟ ପରିସରରେ ଇଂରାଜି ବିଭାଗ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ସେମିନାର ଉତ୍ସବ ଆୟୋଜିତ ହୋଇଯାଇଛି। ସୋମବାର ପୁର୍ବାହ୍ନରେ ବିଭାଗିୟ ମୁଖ୍ୟ ପ୍ରଧ୍ୟାପକ ସୁଶିଲ କୁମାର ସତପଥିଙ୍କ ସଭାପତିତ୍ୱରେ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା। ମହାବିଦ୍ୟାଳୟ ଅଧ୍ୟକ୍ଷା ସୁଶ୍ରୀ ଜୟନ୍ତୀ ଦାଶ ମୁଖ୍ୟଅତିଥି ଭାବରେ ଯୋଗ ଦେଇ କାର୍ଯ୍ଯକ୍ରମର ଉଦଘାଟନ କରିଥିଲେ।

ରାଜଶେଖର ବଘାର, ନିବେଦିତା ପୃଷ୍ଟି ଓ ଚୂଡାମଣି ପୂଝାରୀ ନିଜ ପ୍ରସ୍ତୁତ ପେପର ସହ ବିଷୟ ଉପରେ ଆଲୋଚନା ମାଧ୍ଯମରେ ଉପସ୍ଥାପନ କରିଥିଲେ। ସମ୍ମାନୀତ ଅତିଥି ଭାବରେ ଅଧ୍ଯାପକ ଧିରୋଜ କୁମାର ତ୍ରିପାଠୀ, ଅଧ୍ଯାପିକା ମନିଶା ଦାଶ ଓ ନିଲମ ଦେବତା ଯୋଗ ଦେଇଥିଲେ।

error: Content is protected !!