Saturday, March 7, 2026
Homeରାଜ୍ୟବରପାଲି କଲେଜର ବିଭିନ୍ନ ବିଭାଗର ପାଠଚକ୍ର ଅନୁଷ୍ଠିତ।

ବରପାଲି କଲେଜର ବିଭିନ୍ନ ବିଭାଗର ପାଠଚକ୍ର ଅନୁଷ୍ଠିତ।

ବରପାଲି – ବରପାଲି ମହାବିଦ୍ୟାଳୟ ପରିସରରେ ବିଭିନ୍ନ ବିଭାଗ ଦ୍ବାରା ଛାତ୍ରଛାତ୍ରୀ ମାନଙ୍କୁ ନେଇ ପାଠଚକ୍ର ମାନ ଆୟୋଜିତ ହୋଇଯାଇଛି। ମହାବିଦ୍ଯାଳୟ ରାଜନୀତି ବିଜ୍ଞାନ ବିଭାଗର “ପ୍ରସ୍ତାବନା: ଭାରତୀୟ ସମ୍ବିଧାନର ଦର୍ପଣ” ବିଷୟ ଉପରେ ଆୟୋଜିତ ପାଠଚକ୍ରରେ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଅଲେଖ କୁମାର ମହାନନ୍ଦ ସଭାପତିତ୍ୱ କରିଥିଲେ। ମହାବିଦ୍ୟାଳୟ ଅଧ୍ୟକ୍ଷା ଜୟନ୍ତୀ ଦାଶ ମୁଖ୍ୟଅତିଥି ଭାବରେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ଅଧ୍ୟାପିକା ଦେବାଙ୍ଗିନୀ ସାହୁ, ଅଞ୍ଜନା ଭୋଇ, ସୀମା ଭୋଇ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ ।

ଗୌରବ ଭୋଇ, ଐଶ୍ବର୍ୟାନନ୍ଦିନୀ ଗିରି, ଅଜିତ ବଢାଇ, ଗଣେଶ ଠାକୁର, କମଳା ଶରାଫ୍, ପ୍ରଜ୍ଞାଶ୍ରୀ କୁମ୍ଭାର, ରୋଶନ ଭୋସାଗର ପ୍ରମୁଖ ସ୍ବରଚିତ ସନ୍ଦର୍ଭ ମାନ ଉପସ୍ଥାପନ କରିଥିଲେ । ଶେଷରେ ଅଧ୍ୟାପିକା ସୀମା ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ଇତିହାସ ବିଭାଗ ପକ୍ଷରୁ ବିଭାଗିୟ ମୁଖ୍ୟ ଅଧ୍ୟାପକ ଅଶୋକ କୁମାର ପଧାନଙ୍କ ସଭାପତିତ୍ୱରେ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା। ଅଧ୍ୟକ୍ଷା ସୁଶ୍ରୀ ଜୟନ୍ତୀ ଦାଶ ମୁଖ୍ୟଅତିଥି ଭାବରେ କାର୍ଯ୍ଯକ୍ରମକୁ ଉଦଘାଟନ କରିଥିଲେ।

ଓଡିଶାର ସ୍ବାଧିନତା ସଂଗ୍ରାମରେ ସୁରେନ୍ଦ୍ର ସାଏଙ୍କ ଭୂମିକା ବିଷୟକୁ ନେଇ ପାଠଚକ୍ର ପ୍ରସ୍ତୁତ ହୋଇଥିଲା। ସମ୍ମାନିତ ଅତିଥି ଭାବରେ ଅଧ୍ଯାପକ ଡ.ଭଗବାନ ମହାନନ୍ଦ,ଡ.ବାଳକୃଷ୍ଣ ପଟେଲ,ଡ.କାହ୍ନୁ ଚରଣ ମେହେର ପ୍ରମୁଖ ମଞ୍ଚାସିନ ହୋଇଥିଲେ। ପାଠଚକ୍ରରେ ସ୍ମୃତି ଦେବତା,ଶ୍ରାବଣି ମେହେର,କ୍ରିଷ୍ଣା ପଧାନ, ସତ୍ଯ ନାରାୟଣ ପଧାନ, ତାରାକାନ୍ତ ପାତ୍ର, ଦୁଲେଶ ବେହେରା ନିଜ ପ୍ରସ୍ତୁତ ବିବରଣି ଆଲୋଚନା ମାଧ୍ଯମରେ ଉପସ୍ଥାପନ କରିଥିଲେ।

error: Content is protected !!