Saturday, May 10, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିବରପାଲି ଅଞ୍ଚଳର ଶିବାଳୟରେ ଶ୍ରାବଣ ପୂର୍ଣ୍ଣମୀ ପାଳିତ।

ବରପାଲି ଅଞ୍ଚଳର ଶିବାଳୟରେ ଶ୍ରାବଣ ପୂର୍ଣ୍ଣମୀ ପାଳିତ।

ବରପାଲି-ବରପାଲି ବ୍ଲକ ଗ୍ରୀଣ୍ଡୋଲା ଶ୍ରୀ ଶ୍ରୀ ସିଦ୍ଧେଶ୍ୱର ବାବା ଙ୍କ ମନ୍ଦିର ପ୍ରାଙ୍ଗଣରେ ଶ୍ରାବଣ ପୂର୍ଣ୍ଣିମା ଅନ୍ତିମ ସୋମବାର ସମାରୋହରେ ପାଳିତ ହୋଇଯାଇଛି। ଶୈବଭକ୍ତ ମାନଙ୍କ ସହ ବୋଲବମ ମାନଙ୍କ ଭିଡ ଲାଗିରହିଥିଲା।ଏହି ଅବସରରେ ଗ୍ରୀଣ୍ଡୋଲା ଗ୍ରାମବାସୀ ମାନଙ୍କ ପକ୍ଷରୁ ପ୍ରତ୍ଯୁଷରୁ ଜଳାଭିଷେକ ସହ ପୂଜାର୍ଚ୍ଚନା ନିତି ପାଳିତ ହୋଇଥିଲା। ପରେ ସିଦ୍ଧେଶ୍ୱର ବାବାଙ୍କୁ ଦର୍ଶନାର୍ଥେ ଭକ୍ତ ମାନଙ୍କ ପାଇଁ ଦ୍ବାର ଉନ୍ମୁକ୍ତ କରାଯାଇଥିଲା।ହଜାର ହଜାର ସଂଖ୍ୟାରେ ଭକ୍ତମାନେ ସାମିଲ ହୋଇ ବାବାଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ। ଗ୍ରାମବାସୀ ତରଫରୁ ସମସ୍ତ ଭକ୍ତ ମାନଙ୍କ ପାଇଁ ଭୋଗପ୍ରସାଦ ବିତରଣର ବ୍ୟବସ୍ଥା ମଧ୍ଯ ହୋଇଥିଲା।

ମଧ୍ୟାହ୍ନ ସମୟରେ ବରଗଡ଼ ଗୋବିନ୍ଦପୁର ମହିଳା ସଂକୀର୍ତ୍ତନ ସହ ଭିନ୍ନଭିନ୍ନ ଶୈଳିର ଆଧ୍ଯାତ୍ମିକ କାର୍ଯ୍ଯକ୍ରମ ମାନ ଆୟୋଜନ ହୋଇଥିଲା।ମନ୍ଦିର ପୂଜକ ଛବିଳ ଦେହେରୀ , ଗୋବର୍ଦ୍ଧନ ଦେହେରୀ , ପ୍ରଶାନ୍ତ ମହାପାତ୍ର ଦାୟିତ୍ଵଭାର ତୁଲାଇଥିଲେ। ଗ୍ରାମର ଇନ୍ଦ୍ରଜିତ ସତପଥି , କୈଳାସ ମହାକୁର , ପୁର୍ବତନ ସରପଞ୍ଚ ତ୍ରିଲୋଚନ ବାରିକ , ବୈଶାଖୁ ସେଠ୍ , ସୁରେନ୍ଦ୍ର ପଟେଲ ,ବାଳମୁକୁନ୍ଦ ବାରିକ , ସୁମନ୍ତ ସାହୁ ତଥା ଅଞ୍ଚଳ ବାସୀ ପରିଚାଳନାରେ ସହଯୋଗ କରିଥିଲେ। ସେହିପରି ଅଞ୍ଜଳର ସମସ୍ତ ଶିବ ମନ୍ଦିର ମାନଙ୍କ ଉତ୍ସବ ମାନ ଆୟୋଜିତ ହୋଇଥିବା ଦେଖାଯାଇଥିଲା ।

error: Content is protected !!