Friday, November 22, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିବରପାଲି ଅଞ୍ଚଳର ଶିକ୍ଷାନୁଷ୍ଠାନ ମାନଙ୍କରେ ୭୮ ତମ ସ୍ବାଧିନତା ଦିବସ ପାଳିତ ।

ବରପାଲି ଅଞ୍ଚଳର ଶିକ୍ଷାନୁଷ୍ଠାନ ମାନଙ୍କରେ ୭୮ ତମ ସ୍ବାଧିନତା ଦିବସ ପାଳିତ ।

ବରପାଲି-ବରପାଲି ତଥା ଅଞ୍ଚଳର ବିଭିନ୍ନ ପୁରପଲ୍ଲୀରେ ୭୮ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି। ଗୁରୁବାର ବରପାଲି ହାଇସ୍କୁଲ ଖେଳ ପଡିଆରେ ତହସିଲ ସ୍ତରିୟ ଦିବସ ପାଳିତ ହୋଇଥିବା ବେଳେ ଅଞ୍ଚଳର ସତଲମା, କୁମ୍ଭାରୀ,ଆଗଲପୁର,ବନ୍ଧପାଲି,ସରଣ୍ତାପାଲି,ବିଶିପାଲି,ମହଦା, ଖେମେଶରା,କନବାର,ବାଗବାଡି,କଟାପାଲି ସମେତ ସମସ୍ତ ପୁରପଲ୍ଲୀ ଶିକ୍ଷାନୁଷ୍ଠାନ, ସରକାରୀ କାର୍ଯ୍ଯାଳୟ,ପ୍ରତିଷ୍ଠାନ,ଘରୋଇ ବ୍ଯାଙ୍କ,ସଂଘ ସମବାୟ ସମିତି,କ୍ଲବ ମାନଙ୍କରେ ଜାତିୟ ପତାକା ଉତ୍ତୋଳନ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ଯକ୍ରମ ମାନ ହର୍ତ୍ସଉଲ୍ଲାସ ମଧ୍ୟରେ ସମ୍ପର୍ଣ୍ଣ ହୋଇଥିଲା। ସ୍ଥାନିୟ ସ୍ବାମୀ ବିବେକାନନ୍ଦ ଉଚ୍ଚମାଧ୍ଯମିକ ଓ ବିବେକାନନ୍ଦ ସ୍ବାସ୍ଥ୍ଯବିଜ୍ଞାନ ମହାବିଦ୍ଯାଳୟ ପରିସରରେ ଅଧ୍ଯକ୍ଷ ଶରତ ଚନ୍ଦ୍ର ପ୍ରଧାନଙ୍କ ଦ୍ବାରା ପତାକା ଉତ୍ତୋଳନ କରାଯାଇଥିଲା।

ସମ୍ମାନିତ ଅତିଥି ଭାବରେ ଚେୟାରମେନ ତରଣିସେନ ବାରିକ ଓ ଆଲୋକ କୁମାର ଗୁପ୍ତା ପ୍ରମୁଖ ଯୋଗ ଦେଇଥିଲେ। ଅତିଥି ମାନେ ଛାତ୍ରଛାତ୍ରି ମାନଙ୍କୁ ସ୍ବାଧିନତା ଦିବସର ତାତ୍ପର୍ଯ୍ଯ,ସ୍ବାଧିନ ସେନାନୀଙ୍କ ଅବଦାନ,ତ୍ଯାଗ, ଦୃଢତା,ଦେଶପ୍ରେମ, ବଳିଦାନ ସମ୍ପର୍କିତ ବିଷୟ ଉପରେ ଆଲୋଚନା କରିଥିଲେ। ଛାତ୍ରଛାତ୍ରି ମାନଙ୍କୁ ଦେଶପ୍ରେମ, ସମାଜ ସେବା, ସ୍ବାସ୍ଥ୍ଯ ସେବାକ୍ଷେତ୍ରରେ ନିଜକୁ ସାମିଲ ହେବାକୁ ପ୍ରୋତ୍ସାହିତ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରି ମାନଙ୍କ ଦ୍ବାରା ଭିନ୍ନଭିନ୍ନ ଶୈଳିର ରଙ୍ଗାରଙ୍ଗ ସାଂସ୍କୁତିକା କାର୍ଯ୍ଯକ୍ରମ ମାନ ପରିବେଷଣ ହୋଇଥିଲା ପରିଚାଳନାରେ ପରିଚାଳନା କମିଟି ସଦସ୍ଯ ଓ ଅଧ୍ଯାପକ ଅଧ୍ଯାପିକା କର୍ମଚାରୀ ମାନେ ସହାୟତା କରିଥିଲେ।

error: Content is protected !!