ବରପାଲି – ବରପାଲି ସମେତ ଗ୍ରାମାଞ୍ଚଳର ଅନେକ ଗ୍ରାମରେ ଆଡମ୍ବର ସହକାରେ ଅନନ୍ତ ନାରାୟଣ ଦେବଙ୍କ ବ୍ରତ ସମାରୋହ ପାଳିତ ହୋଇଯାଇଛି। ସ୍ଥାନିୟ କଳାକାର କ୍ଲବ, ଶିବାଜି କ୍ଲବ , ନବରତ୍ନ କ୍ଲବ , ଅନନ୍ତନାରାୟଣ କ୍ଲବ , ବେଦବ୍ୟାସ ମନ୍ଦିର , କୂଳି ପଡ଼ା, ଓଡ଼ିଆ ପଡା , ଗୋପିନାଥ ମନ୍ଦିର , ମହିମା କ୍ଲବ , ଗଣେଷ ମନ୍ଦିର , ରାମଚନ୍ର୍ଦ ମନ୍ଦିର , ରାଧାକୃଷ୍ଣ ମନ୍ଦିର , ହନୁମାନ ମନ୍ଦିର , ବାରଙ୍ଗପାଲି , କୃଶନପୂରୀ, ବାଗବାଡି, ଜାଲପାଲି କଏରା ଟିକିରା, ବହଲମୁଡା ଇତ୍ୟାଦି ସ୍ଥାନର ସୂସଜ୍ଜିତ ପୂଜାମଣ୍ଡପ ମାନ ନିର୍ମାଣ ହୋଇ ଭଗବାନ ଅନନ୍ତ ନାରାୟଣ ଓ ଦେବୀ ଲକ୍ଷ୍ମୀଙ୍କ ସମେତ ପାର୍ଶ୍ବ ଦେବାଦେବୀ ମାନଙ୍କୁ ପଣ୍ଡିତଙ୍କ ଦ୍ବାରା ବିଧି ବିଧାନ ମଧ୍ଯରେ ପୂଜାର୍ଚ୍ଚନା କରାଯାଇଥିଲା।
ଏହି ଅବସରରେ ଶିବାଜୀ କ୍ଲବ ମଣ୍ତପକୁ ମହା ଆଡମ୍ବରପୁର୍ଣ୍ଣ ଭାବରେ ସଜ୍ଜିତ କରାଯିବା ସହ ଭକ୍ତ ମାନଙ୍କ ଗହଣରେ ପୂଜାର୍ଚ୍ଚନା ପର୍ବ ଆରମ୍ଭ ହୋଇଥିଲା। ପୂଜାକର୍ତ୍ତା ଭାବରେ ଡୁଲା ମେହେର ଦାୟିତ୍ବ ତୁଳାଉଥିବା ବେଳେ ପୁରୋହିତ ଭାବରେ ପଣ୍ତିତ ସଦାନନ୍ଦ ଦାଶ ନିତିକାନ୍ତି ମଧ୍ଯରେ ପୂଜାକାର୍ଯ୍ଯ ଆଗେଇ ନେଇଥିଲେ। ଏହି ଅବସରରେ ସମସ୍ତ ପୂଜାମଣ୍ତପ ମାନଙ୍କରେ ନିତିକାନ୍ତି ସହ ଉତ୍ସବ ପାଳିତ ହେଉଥିବା ବେଳେ ପ୍ରତିଦିନ ରାତ୍ର ସମୟରେ ସାଂସ୍କୃତିକ କାର୍ଯ୍ଯକ୍ରମ ମାନ ପରିବେଷଣ କରାଯାଇଥିଲା।