ବରପାଲି-ବରପାଲି ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ଅର୍ନ୍ତଯାତିୟ ଯୋଗ ଦିବସ ପାଳିତ ହୋଇଯାଇଛି। କଦଲିପାଲିଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ପଦ୍ମିନୀ ଦାଶଙ୍କ ଅଧ୍ୟକ୍ଷତାରେ ଯୋଗ ଦିବସ ଆୟୋଜିତ ହୋଇଥିଲା।ରେଡ଼କ୍ରସ, ଏନଏସଏସ ଓ ପାତଞ୍ଜଳି ଯୋଗଶିବିର ମିଳିତ ଆନୁକୁଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟ ପ୍ରତିଷ୍ଠାତା ଅନ୍ତର୍ଯ୍ୟାମୀ ପଣ୍ଡା ଯୋଗ ଦେଇ ଛାତ୍ରୀ ମାନଙ୍କୁ ସୁସ୍ଥ ଜୀବନ ଓ ଯୋଗର ଉପାଦେୟତା ସମ୍ପର୍କରେ ଆଲୋକପାତ କରିଥିଲେ। ପାତଞ୍ଜଳୀ ଯୋଗ ଗୁରୁ ଉତ୍ତର ସାହୁ,ଜିଲ୍ଲା ପ୍ରଭାରୀ ନବୀନ ତ୍ରିପାଠୀ, ବାଳକୃଷ୍ଣ ପୁଝାରୀ ତହସିଲ ପ୍ରଭାରୀ, ବୈଜୟନ୍ତି ପୁଝାରୀ ମହିଳା ତହସିଲ ପ୍ରଭାରୀ ପ୍ରମୁଖ ସ୍ବେଚ୍ଛାସେବୀ ଛାତ୍ରି ମାନଙ୍କୁ ଭିନ୍ନ ଭିନ୍ନ ଯୋଗର ପ୍ରଣାଳୀ ସହ ବ୍ୟବହାରିକ ଶିକ୍ଷଣିୟ ଜ୍ଞାନ ପ୍ରଦାନ କରିଥିଲେ। ଉଭୟ ରେଡକ୍ରସ ଓ ଏନଏସଏସ ସ୍ବେଚ୍ଛାସେବୀଙ୍କ ସମେତ ପ୍ରତିମା ପଣ୍ଡା,ଝରଣା ରାଉତ, ସୁରେଖା ପଟ୍ଟନାୟକଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା ସହକର୍ମୀବୃନ୍ଦ ସାମିଲ ହୋଇଥିଲେ ।
ସେହିପରି ବରପାଲି ମହାବିଦ୍ୟାଳୟ ପକ୍ଷରୁ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ ମହାବିଦ୍ଯାଳୟ ପରିସରରେ ଆୟୋଜିତ ହୋଇଥିଲା। ସ୍ବାସ୍ଥ୍ୟ ଓ ସୁସ୍ଥତାର ମହତ୍ତ୍ଵ ବିସ୍ତାର ଭାବତତ୍ବକୁ ନେଇ ଅଧ୍ୟକ୍ଷା ଜୟନ୍ତୀ ଦାଶଙ୍କ ଅଧ୍ୟକ୍ଷତାରେ ଶିବିର ପରିଚାଳିତ ହୋଇଥିଲା । ଏନ୍. ଏସ. ଏସ. ପ୍ରୋଗ୍ରାମ ଅଫିସର ଅଧ୍ୟାପକ ଭକ୍ତବନ୍ଧୁ ପ୍ରଧାନ ଓ ଅଧ୍ୟାପିକା ସୀମାଞ୍ଜଳୀ ଦାସଙ୍କ ସଂଯୋଜନାରେ କାର୍ଯକ୍ରମ ଶୁଭାରମ୍ଭ ହୋଇଥିଲା । ଏହି ଅବସରରେ ବିଶିଷ୍ଟ ଯୋଗଗୁରୁ ଗୋବିନ୍ଦ ବାରିକ ଛାତ୍ରଛାତ୍ରୀ , ଅଧ୍ୟାପକ, ଅଧ୍ୟାପିକା, ଅଣ ଶିକ୍ଷକ କର୍ମଚାରୀ ବୃନ୍ଦଙ୍କୁ ଯୋଗର ଶିକ୍ଷା ସହ ମହତ୍ତ୍ଵ ବିଷୟରେ ଆଲୋଚନା କରିଥିଲେ। ତ୍ରିଦିବସିୟ ଭାବରେ ପରିଚାଳିତ ଯୋଗ କାର୍ଯ୍ୟକ୍ରମ ଅବସରରେ ପୁର୍ବ ଦିନ ମାନଙ୍କରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଶୁକ୍ରବାର ଉତ୍ସବର ଉଦଯାପନୀ ଦିବସରେ ଯୋଗ ସହ ଅଧ୍ୟକ୍ଷା ଜୟନ୍ତି ଦାଶଙ୍କ ଦ୍ବାରା ଛାତ୍ରଛାତ୍ରି ମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରିଥିଲେ। ଦୁଇଟି ପର୍ଯ୍ଯାୟରେ ଆୟୋଜିତ ଶିବିରରେ କ୍ରିୟା, ପ୍ରାଣାୟମ, ଧ୍ୟାନ ଓ ସଂକଳ୍ପ ଆଦି ଯୋଗାଭ୍ୟାସ ସହ ମନ୍ତ୍ରପାଠ ଏବଂ ସଙ୍କଳ୍ପ ପାଠ କରାଯାଇଥିଲା। ଅଧ୍ୟାପକ ଅଲେଖ ମହାନନ୍ଦ ଧନ୍ୟବାଦ ଅର୍ପଣ ସହ ପରିସମାପ୍ତି ଘୋଷଣା କରିଥିଲେ।
ସମ୍ମାନିତ ଅତିଥି ଭାବରେ ପ୍ରାଧ୍ୟାପକ ସୁଶୀଲ କୁମାର ଶତପଥୀ, ପ୍ରାଧ୍ୟାପିକା ମମତା ସାହୁ, ଅଧ୍ୟାପକ ଧୀରୋଜ କୁମାର ତ୍ରିପାଠୀ,ଉତ୍ତର ଗଡତିଆ,ଡ. ପାରେଶ୍ଵର ସାହୁ,ଡ ପ୍ରହଲ୍ଲାଦ ଦେବତା,ଡ. ଭଗବାନ ମହାନନ୍ଦ, ଅଶୋକ ପଧାନ, ବିଶ୍ଵନାଥ ସାହୁ, ଅରୁଣ କୁମାର ବାରିକ, ଡ. ବାଳକୃଷ୍ଣ ପଟେଲ, ଡ. ସୀମାଞ୍ଚଳ ପଧାନ, ମନିଷା ଦାଶ, ନତାଶା ସିକନ୍ଦର, ଦେବଙ୍ଗିନୀ ସାହୁ, ସମ୍ବିତା ପ୍ରଧାନ, ନିଲମ୍ ଦେବତା, ଅନିତା ଦାଶ, ଅଞ୍ଜନା ଭୋଇ, ସୀମା ଭୋଇ, ଆଦ୍ୟାଶା ଭୋଇ, ସମୀକ୍ଷା ସାହୁ, ମୋନିକା ପ୍ରଧାନ, ସୁନୀଲ ଦାଶ, ସୁମନ୍ତ ଶତପଥୀ, ରାଜେନ୍ଦ୍ର ମେହେର, କାହ୍ନୁ ମେହେର, ବିଜୟ ମିଶ୍ର, ଗଣେଶ ମିଶ୍ର, ରଞ୍ଜିତା ମେହେର ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
ଜଗବନ୍ଧୁ ଦାଶ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ୟୋଗ ଦିବସ ପାଳିତ ହୋଇଥିଲା। ଜଗବନ୍ଧୁ ଦାଶ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ କୁମାର ମେହେରଙ୍କ ଅଧ୍ୟକ୍ଷତାରେ ପରିଚାଳିତ ଶିବିରକୁ ଏବଂ କ୍ରୀଡା ଶିକ୍ଷୟିତ୍ରୀ ବନ୍ଦିତା ପ୍ରଧାନଙ୍କ ସଂଯୋଜନାରେ ପରିଚାଳିତ ହୋଇଥିଲା। ଅଧ୍ୟକ୍ଷ ପ୍ରଦିପ ମେହେର ଛାତ୍ରୀମାନଙ୍କୁ ୟୋଗର ମହତ୍ତ୍ୱ ବୁଝାଇବା ସହ ସମସ୍ତଙ୍କୁ ସୁସ୍ଥ, ସବଳ ଓ ସତେଜ ରହିବା ବାଟ ଦେଖାଇଥିଲେ I ଏଅବସରରେ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଭାବେ ସୁରେଶ ବାରିକ, ରବିନ୍ଦ୍ର ସାହୁ, ଆନନ୍ଦ ବେହେରା, ଅଧ୍ୟକ୍ଷ ଏବଂ କ୍ରୀଡା ଶିକ୍ଷୟିତ୍ରୀ ସମସ୍ତ ଛାତ୍ରୀମାନଙ୍କ ସହ ମିଳିତ ଭାବେ ୟୋଗର ତାଡ଼ାସନ୍ ଏବଂ ତ୍ରିକୋଣାସନ୍ ପ୍ରଭୁତି ଶୈଳି ମାନ ଅଭ୍ଯାସ କରିଥିଲେ।