Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିବରପାଲିରେ ସଂକୁଳ ସ୍ତରିୟ ଜ୍ଞାନବିଜ୍ଞାନ ମେଳା ।

ବରପାଲିରେ ସଂକୁଳ ସ୍ତରିୟ ଜ୍ଞାନବିଜ୍ଞାନ ମେଳା ।

ବରପାଲି-ବରପାଲି ଶିଶୁ ବିଦ୍ଯାମନ୍ଦିର ପରିସରରେ ବରଗଡ଼ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ସ୍ଥାନିୟ ବିଦ୍ଯାମନ୍ଦିର ପରିଚାଳନା ସମିତି ସଭାପତି ଯଦୁମଣି ବିଶି ମୁଖ୍ୟଅତିଥି ରୂପେ ଯୋଗଦେଇ କାର୍ଯକ୍ରମକୁ ଉଦଘାଟନ କରିଥିଲେ। ପ୍ରଧାନଆଚାର୍ଯ୍ଯ ନିରଂଜନ ହୋତା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିବପ୍ରସାଦ ବାଗ ବିଜ୍ଞାନ ମେଳାର ଆଭିମୂଖ୍ୟ କଥନ ଉପସ୍ଥାପନ କରିଥିଲେ।

ବରଗଡ଼ ସଂକୁଳ ପ୍ରମୁଖ ରସାନନ୍ଦ ଥପା ମାର୍ଗଦର୍ଶନ ସମ୍ପର୍କିତ ଜ୍ଞାନବିଜ୍ଞାନ ତତ୍ବ ଉପରେ ବୁଝାଇଥିଲେ। ସମ୍ପାଦକ ରାଜେଶ ରାୟ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଆଚାର୍ଯ୍ଯ ଧର୍ମେନ୍ଦ୍ର ପୂଜାରୀଙ୍କ ସଂଯୋଜନାରେ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା। ଆୟୋଜିତ ମେଳାରେ ବରଗଡ଼ ସଂକୁଳ ମଧ୍ଯରୁ ଦଶଟି ବିଦ୍ୟାଳୟର ୩୦୫ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ।

ବିଚାରକ ଭାବରେ ବିଭିନ୍ନ ବିଦ୍ୟାଳୟରୁ ୩୫ଜଣ ଅଭିଜ୍ଞ ଶିକ୍ଷକ,ନୃତ୍ୟ ନିର୍ଦ୍ଦେଶକ,ସଙ୍ଗିତଜ୍ଞ ଓ ଚିତ୍ରଶିଳ୍ପୀ ଯୋଗ ଦେଇଥିଲେ । ପରେ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟଅତିଥିଙ୍କ ଦ୍ବାରା ପୁରସ୍କାର ଓ ପ୍ରମାଣପତ୍ର ବିତରଣ ହୋଇଥିବା ବେଳେ ପରିଚାଳନା ସମିତି ସଦସ୍ୟ ମାନେ ସହଯୋଗ କରିଥିଲେ।

error: Content is protected !!