Sunday, March 8, 2026
Homeରାଜ୍ୟବରପାଲିରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ।

ବରପାଲିରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ।

ବରପାଲି-ବରପାଲି ଗୋଷ୍ଠି ଉନ୍ନୟନ ଅଧିକାରୀ କାର୍ଯ୍ୟାଳୟ ପରିସରରେ ବରଗଡ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ସୋମବାର ପୁର୍ବାହ୍ନରେ ବ୍ଲକ ରାଜିବଗାନ୍ଧି ସଭାଗୃହରେ ଜିଲ୍ଲାପାଲ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଆୟୋଜିତ ହୋଇଥିଲା ।

କାର୍ଯ୍ଯକ୍ରମରେ ଜିଲ୍ଲା ପ୍ରଶାସନ ଅଧିକାରୀ ମାନଙ୍କ ସହ ଜିଲ୍ଲାପରିଷଦ ମୂଖ୍ୟ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ସିଂ, ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ନିରୁପମା ଷଡଙ୍ଗୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ତପନ କୁମାର ମହାନ୍ତି, ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାଣ୍ଡେ ଏବଂ ବରପାଲି ବ୍ଲକ ଅଧ୍ୟକ୍ଷା ଶ୍ରୀମତି ରୀନା ଥଇତ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ।

ଅଞ୍ଚଳର ଜନତା ଭିନ୍ନଭିନ୍ନ ସମସ୍ଯା ଜଳସେଚନ,ବିଦ୍ୟୁତ୍ ଯୋଗାଣ,ପାନୀୟ ଜଳ ଯୋଗାଣ, ରାସନ କାର୍ଡ, ବାର୍ଦ୍ଧକ୍ୟ ଏବଂ ବିକଳାଙ୍ଗ ଭତ୍ତା, ରାସ୍ତା ନିର୍ମାଣ,କୃଷି ପ୍ରଭୁତି ସମସ୍ୟାକୁ ନେଇ ଅଭିଯୋଗ ମାନ ଆଣିଥିଲେ। ଶିବିରରେ ସମୁଦାୟ ୪୨ ଗୋଟି ଅଭିଯୋଗ ମଧ୍ୟରୁ ୩୦ ଗୋଟି ବ୍ୟକ୍ତିଗତ ଏବଂ ୧୨ ଗୋଟି ସାମୁହିକ ଅଭିଯୋଗ ପଞ୍ଜିକରଣ ହେବା ସହ ସମସ୍ୟା ଗୁଡିକର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଲ ନିର୍ଦ୍ଦେଶ ଦେଇଥିଲେ ।

error: Content is protected !!