ବରପାଲି-ବରପାଲି ଗୋଷ୍ଠୀ ଉନ୍ନୟନ କେନ୍ଦ୍ର ରାଜୀବଗାନ୍ଧୀ ସଭାଗୃହ ପରିସରରେ ବରଗଡ଼ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବରଗଡ଼ ଜିଲ୍ଲାପାଳ ଆଦିତ୍ଯ ଗୋୟଲ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। କାର୍ଯ୍ଯକ୍ରମରେ ୧୧୭ଜଣ ସାଧାରଣ ଜନତାଙ୍କ ବିଭିନ୍ନ ସମସ୍ୟା ମୂଳକ ଅଭିଯୋଗ ସମ୍ପର୍କରେ ତର୍ଜମା କରାଯିବା ସହ ସମାଧାନ କରାଯାଇଥିଲା । ବିଭାଗୀୟ କର୍ମକର୍ତ୍ତା ମାନଙ୍କୁ ଲୋକଙ୍କ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟନୁଷ୍ଠାନ ଗ୍ରହଣ ପାଇଁ ଜିଲ୍ଲାପାଲ ନିର୍ଦେଶ ଦେଇଥିଲେ I
ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶୁସାନ୍ତ କୁମାର ସିଂ,ଡିଏଫଓ ବିକ୍ରମଦେବ ପଟ୍ଟନାୟକ,ଜିଲ୍ଲା ଚିକିତ୍ସାଧିକାରୀ ନିଋପମା ଷଢଙ୍ଗୀ ପ୍ରମୁଖଙ୍କ ସମେତ ତହସିଲଦାର ଋକ୍ବଣ ମେହେର ଏନଏସି କାର୍ଯ୍ୟନିର୍ବାହ ଅଧିକାରୀ ଭୁବନ ସତପଥିଙ୍କ ସହ ଭିନ୍ନଭିନ୍ନ ବିଭାଗିୟ ମୂଖ୍ଯ ଅଧିକାରୀ ମାନେ ଯୋଗ ଦେଇଥିଲେ। ସେହିପରି ଜିଲ୍ଲା ଓ ବ୍ଲକସ୍ତରିୟ ବିଭିନ୍ନ ବିଭାଗିୟ କନିଷ୍ଠ ଯନ୍ର୍ତୀ ଓ କାର୍ଯ୍ଯକର୍ତ୍ତା ମାନେ ମଧ୍ଯ ଜନଶୁଣାଣି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ।