Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିବରପାଲିରେ କୃପାଲୁ ମହାରାଜଙ୍କ ସତସଙ୍ଗ ।

ବରପାଲିରେ କୃପାଲୁ ମହାରାଜଙ୍କ ସତସଙ୍ଗ ।

ବରପାଲି-ବରପାଲି ଆର୍ଶିବାଦ ମଣ୍ତପ ପରିସରରେ କୃପାଲୁ ମହାରାଜଙ୍କ ସତସଙ୍ଗ ପ୍ରବଚନ ସମାରୋହ ଆୟୋଜିତ ହୋଇଯାଇଛି। ଶୁକ୍ରବାର ସଂଧ୍ୟାରେ ଜଗତଗୁରୁ କୃପାଲୁ ମହାରାଜଙ୍କ ପୌତ୍ର ନିଳମଣୀ କୃପାଲୁ ଦାସଜୀଙ୍କ ସାନିଧ୍ୟରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି ଅବସରରେ ଚନ୍ଦନ ଅଗ୍ରୱାଲା ଓ ବାଳକିଶୋର ଖାଡାଙ୍ଗା,ମନ ସାହୁ ଓ ଲକ୍ଷି ଅଗ୍ରୱାଲା ପ୍ରମୁଖ ପ୍ରବକ୍ତାଙ୍କୁ ସ୍ବାଗତ ଜଣାଇବା ସହିତ ପୁଷ୍ପମାଳ ଅର୍ପଣ କରିଥିଲେ।

ପରେ କୃପାଳୁଜୀ ଭାଗବତ, ରାମାୟଣ, କୃଷ୍ଣାମୃତ, ମହାଭାରତ ସହ ମହାପୁରାଣ ମାନଙ୍କ ଭିନ୍ନଭିନ୍ନ ପଂକ୍ତିକୁ ନେଇ ସରଳ ଭାଷାରେ ବୁଝାଇଥିଲେ। ମୂଖ୍ଯତଃ ମାନବିୟ ଗୁଣ,କର୍ତ୍ତବ୍ୟ ପରାୟଣ,ଦୈନନ୍ଦିନ ଜିବନଶୈଳୀ,ତ୍ୟାଗ, ସତଚିନ୍ତନ,ସଦଭାବନା ପ୍ରଭୁତି କର୍ମକାଣ୍ତ ଉପରେ ଆଲୋଚନା ମାନ ହୋଇଥିଲା। ଅଞ୍ଚଳର ବହୁ ବୈଷ୍ଣବାଧର୍ମାବଳମ୍ବୀ ଭକ୍ତ ମାନଙ୍କ ସହ ବରିଷ୍ଠ ଭଗବତ ପ୍ରେମୀ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ।

error: Content is protected !!