Sunday, March 8, 2026
Homeକଳା ସାହିତ୍ୟ ସଂସ୍କୃତିବରପାଲିରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସ୍ଥାପନା ଦିବସ ପାଳିତ।

ବରପାଲିରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସ୍ଥାପନା ଦିବସ ପାଳିତ।

ବରପାଲି-ବରପାଲିର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ପରିସରରେ ପାଳିତ ହୋଇଯାଇଛି। ବିଦ୍ଯାଳୟ ଅଧ୍ୟକ୍ଷ ସନ୍ତୋଷ ସାହୁଙ୍କ ସଭାପତିତ୍ବରେ କାର୍ଯ୍ଯକ୍ରମ ପରିଚାଳନା ଓ ସ୍ବାଗତ ଜଣାଇଥିଲେ। ମୁଖ୍ୟଅତିଥି ଭାବରେ ବିଜେପୁର ବିଧାୟକ ସନତ ଗଡତିୟା ଯୋଗ ଦେଇ କାର୍ଯ୍ଯକ୍ରମକୁ ଉଦଘାଟନ କରିଥିଲେ। ମୂଖ୍ଯବକ୍ତା ଭାବେ ଜେଡି ମହିଳା ମାଧ୍ଯାମିକ ବିଦ୍ଯାଳୟ ଅଧ୍ଯାପକ ସୁଧାଶୁଂ ଶେଖର ଦାଶ ଯୋଗ ଦେଇ ଶିକ୍ଷା ଓ ସଂସ୍କୃତି ସହ ମାନବିୟ ଗୁଣ ଉପରେ ବିଶ୍ଳେଷଣ କରିଥିଲେ। ସମ୍ମାନୀତ ଅତିଥି ଭାବରେ ଗୋଷ୍ଠୀ ସହକାରୀ ଶିକ୍ଷାଧିକାରୀ ରତ୍ନକୁମାର ଭୋଇ, ଏନ୍ ଏ ସି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମନୋଜ କୁମାର ବାରିକ ପ୍ରମୁଖ ଯୋଗ ଦେଇଥିଲେ।

କଷ୍ଟ କଲେ କୃଷ୍ଣ ମିଳେ, କଠିନ ପରିଶ୍ରମ କେବେ ଅନ୍ୟଥା ହୋଇ ନଥାଏ, ତେଣୁ ଉଚ୍ଚମନା ରଖି କଠିନ ପରିଶ୍ରମକୁ ପାଥେୟ କରି ଅଗ୍ରସର ହେବାକୁ ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟଅତିଥି ବିଧାୟକ ଗଡତିୟା ବୁଝାଇଥିଲେ। ସେହିପରି ଶିକ୍ଷାର ମାନ ଓ ବିକାଶ, ମାନଶିକ ଗଠନ,ସ୍ବଚ୍ଛ ଭାବନା,ଚରିତ୍ର ଗଠନକୁ ନେଇ ଅତିଥି ମାନେ ଆଲୋଚନା କରିଥିଲେ।ଏହି ଅବସରରେ ପୁର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଥିଲା।

କାର୍ଯ୍ଯକ୍ରମରେ ସୁମଧୁର ଗୀତ ଓ ଭିନ୍ନଭିନ୍ନ ଶୈଳିର ନୃତ୍ୟ ମାନ ମଞ୍ଚସ୍ଥ କରାଯାଇଥିଲା। ଶିକ୍ଷୟତ୍ରୀ ଏନ ପି ଶ୍ରୀଦେବୀଙ୍କ ସଂଯୋଜନାରେ ସଭାକାର୍ଯ୍ଯ ସଞ୍ଚାଳନ ହୋଇଥିବା ବେଳେ ଶିକ୍ଷକ ଇଶ୍ବରଚନ୍ର୍ଦ ଗଡତିୟା କୃତଜ୍ଞତା ଜଣାଇଥିଲେ। ପରିଚାଳନାରେ ବିଦ୍ଯାଳୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ କର୍ମଚାରୀ ମାନେ ସହଯୋଗ କରିଥିଲେ।

error: Content is protected !!