ବରପାଲି -ବରପାଲି ଲିଟିଲ ଏଞ୍ଜେଲସ୍ ପବ୍ଲିକ୍ ସ୍କୁଲ ପରିସରରେ ଅନ୍ତର୍ରାଷ୍ଟ୍ରୀୟ ଯୋଗ ଦିବସ ଅଧ୍ୟକ୍ଷା ମଧୁସ୍ମିତା ମୁଣ୍ଡଙ୍କ ସଭାପତିତ୍ବରେ ପରିଚାଳିତ ହୋଇଥିଲା। ବିଦ୍ୟାଳୟ ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନଙ୍କ ଉପସ୍ଥିତିରେ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା । ଶିକ୍ଷକ ଆଦିତ୍ୟ ପ୍ରସାଦ କର ,ଉଦ୍ଧବ ଚରଣ ଦେବତା ଓ ପୁରନ୍ଦର ସିଂହଙ୍କ ସହାୟତାରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଶିବିରରେ ପ୍ରାଣାୟାମ ଭ୍ରାମରୀ,କପାଳଭାତି,ଭୁଜଙ୍ଗାସନ, ହଳାସନ, ପବନ ମୁକ୍ତାସନ ,ସବାସନ ଆଦି ଯୋଗ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା।
ସମ୍ମାନୀତ ଅତିଥି ମାନେ ଯୋଗ ସଂକ୍ରାନ୍ତୀୟ ଅନେକ ଗୂଢତତ୍ତ୍ବ ପ୍ରଦାନ କରିଥିଲେ । ବିଦ୍ଯାଳୟ ପ୍ରଶାସନିକ ଅଧିକାରୀ ମିନତି ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା । ପରିଶେଷରେ ଅଧ୍ୟକ୍ଷା ପ୍ରତିଦିନ ସୁସ୍ଥ ଶରୀର ପାଇଁ ଅଧଘଣ୍ଟା ସମୟ ବାହାର କରି ଯୋଗାଭ୍ୟାସ କରିବାକୁ ଛାତ୍ରଛାତ୍ରି ମାନଙ୍କୁ ପରାମର୍ଶ ଦେଇଥିଲେ ।ସେହିପରି ସ୍ଥାନିୟ ଫାର୍ମାସ୍ୟୁଟିକାଲ୍ କଲେଜରେ ଦଶମ ଆନ୍ତର୍ଜାତୀୟ ଯୋଗ ଶିବିର ପାଳିତ ହୋଇଥିଲା। ଶିବିରକୁ ପାତଞ୍ଜଳୀ ଯୋଗ ସାଧକ ଓମ ପ୍ରକାଶ ଅଗ୍ରୱାଲା ଏବଂ କେଶବ ରାଉତ ସମସ୍ତ ଛାତ୍ରଛାତ୍ରୀ ଏବଂ କର୍ମଚାରୀ ମାନଙ୍କୁ ଯୋଗର ବ୍ୟବହାର ଏବଂ ଲାଭ ବିଷୟରେ ବୁଝାଇଥିଲେ।
ଏବଂ ବିଭିନ୍ନ ଆସନ ଏବଂ ଯୋଗ ମୁଦ୍ରା ମାନ ପ୍ରଦର୍ଶନ ସହ ପ୍ରଶିକ୍ଷଣ ଦେଇଥିଲେ | ସମାରୋହରେ କଲେଜ ପରିଚାଳନା ମୁଖ୍ୟ ଶ୍ରୀ ନରେନ୍ଦ୍ର କୁମାର ହୋତା, ଡାଇରେକ୍ଟର ଡାକ୍ତର ରଂଜନ କୁମାର ସାହୁ, ପ୍ରିନ୍ସିପାଲ୍ ଡାକ୍ତର ଅର୍ଣ୍ଣବାଦିତ୍ୟ ମହାନ୍ତି ତଥା ସମସ୍ତ ଛାତ୍ରଛାତ୍ରୀ ଏବଂ କର୍ମଚାରୀ ମାନେ ସାମିଲ ହୋଇଥିଲେ।