ବରପାଲି-ବରପାଲି ବରଦା ମାତା ଦୁର୍ଗାମନ୍ଦିର ମୂଖ୍ଯପୂଜକ ସୁବଳ ମିଶ୍ରଙ୍କ ଧର୍ମପତ୍ନୀ ଶଜ୍ଞାରାଣୀ ହୋତାଙ୍କ ୩୦ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସଜ୍ଞାରାଣୀ ହୃଦୟ ରୋଗ ପିତିତା ଯୋଗୁ ଦେହାନ୍ତ ଘଟିଥିଲା। ତାଙ୍କ ଆଦର୍ଶବାଦୀତା ଶୃଖଂଳିତ ଜିବନଶୈଳି ଧର୍ମପ୍ରାଣ ମନୋଭାବ ସମସ୍ତଙ୍କ ନିକଟରେ ଅତି ଆପଣାର ହୋଇ ରହିଥିଲେ। ତାଙ୍କ ଆତ୍ମିୟତା ଓ ଆମୟିକ ଭାବ ଅଞ୍ଚଳର ବିଭିନ୍ନ ଧାର୍ମିକ, ସାଂସ୍କୃତିକ, ଓ ମହିଳା ଅନୁଷ୍ଠାନ ମାନଙ୍କରେ ଏକ ସ୍ବତନ୍ର୍ତ ପରିଚୟ ରହିଥିଲା।
ବିୟୋଗ ଖବର ପ୍ରସାରିତ ହେଲା ପରେ ଆଖପାଖ ପଡୋଶି ମାନଙ୍କ ସମେତ ବନ୍ଧୁବାନ୍ଧବ ପରିବାର ବର୍ଗଙ୍କ ଭିଡ ବାସଭବନ ପରିସରରେ ଲାଗିଥିଲା। ଅନ୍ତିମ ମୁହୁର୍ତ୍ତରେ ପରିବାର ବର୍ଗଙ୍କ ସହ ଆତ୍ମିୟ ସ୍ବଜନ ବନ୍ଧୁବାନ୍ଧବ ଓ ଉପସ୍ଥିତ ରହିଥିଲେ। ତାଙ୍କ ବିୟୋଗରେ ଅଞ୍ଚଳର ଧାର୍ମିକ ଅନୁଷ୍ଠାନ ଓ ବୁଦ୍ଧିଜିବି ମହଲକୁ ଆଘାତ ଦେଇଥିବା ବେଳେ ବିଷାଦର ଛାୟା ଖେଳାଇ ଦେଇଛି।