Saturday, March 7, 2026
Homeରାଜନୀତିବରତଲପଡା ବାସୀଙ୍କୁ ସମିତି ସଭ୍ୟଙ୍କ ସହଯୋଗ।

ବରତଲପଡା ବାସୀଙ୍କୁ ସମିତି ସଭ୍ୟଙ୍କ ସହଯୋଗ।

ଅତାବିରା-ବରଗଡ ଜିଲ୍ଲା ଅତାବିରା ବ୍ଲକ ଅଧିନ ହିର୍ଲିପାଲି ପଞ୍ଚାୟତ ବାଗବାହାଲ ବରତଲପଡାରେ ହିର୍ଲିପାଲି ପଞ୍ଚାୟତର ସମିତି ସଭ୍ଯ ବିଦ୍ୟାଧର ପଧାନଙ୍କ ପୂର୍ଣ୍ଣ ସହଯୋଗରେ ବିଦ୍ୟୁତ ଖୁଣ୍ଟ ପୋତାଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ ଦୀର୍ଘ ବର୍ଷ ଧରି ଏହି ପଡାକୁ ବିଦ୍ୟୁତ କରାଯାଇଥିଲେ ମଧ୍ଯ ବିଦ୍ୟୁତ ଖୁଣ୍ଟ ନ ଥିବାରୁ ବିଦ୍ୟୁତ ତାର ଗୁଡିକ ଅତି ବିପଦଶଙ୍କୁଳ ଅବସ୍ଥାରେ ଗଛ ଖମ୍ବ ମାଧ୍ଯମରେ ତାର ଟଣାଯାଇଥିଲା। ଏ ସମ୍ପର୍କରେ ପଡା ବାସୀ ବିଦ୍ୟୁତ ବିଭାଗ ସହ ଅନ୍ୟ ଜନପ୍ରତିନିଧିଙ୍କୁ ଜଣାଇଥିଲେ ମଧ୍ଯ କୌଣସି ସୁଫଳ ମିଳନଥିଲା । ଏ ସମ୍ପର୍କରେ ସ୍ଥାନୀୟ ସମିତି ସଭ୍ଯ ବିଦ୍ୟାଧର ପଧାନ ସୂଚନା ପାଇଲା ପରେ ଉକ୍ତ ପଡାକୁ ଯାଇ ପଡାବାସୀଙ୍କ ସହ ଆଲୋଚନା କରି ବିଦ୍ୟୁତ ଖୁଣ୍ଟ ପୋତିବା ପାଇଁ କଥା ଦେଇଥିଲେ ପରେ ବିଦ୍ୟୁତ ବିଭାଗ ସହ ଯୋଗାଯୋଗ କରି ଆଜି ବିଦ୍ୟୁତ ଖୁଣ୍ଟ ପୋତାଯାଉଛି ଏବେ ସୁରକ୍ଷିତ ଭାବରେ ବିଦ୍ୟୁତ ପରିବହନ ହେବାକୁ ଯାଉଥିବାରୁ ପଡାବାସୀ ସମିତି ସଭ୍ଯ ବିଦ୍ୟାଧର ପଧାନଙ୍କୁ ପ୍ରଶଂସା କରୁଛନ୍ତି।

error: Content is protected !!