ବରପାଲି-ବରପାଲି ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ପରିସରରେ ବରଗଡ ଜିଲ୍ଲା ସ୍ତରୀୟ ସ୍କୁଲ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ ଚମ୍ପିଆନସିପକୁ ଜିଲ୍ଲା ଶିକ୍ଷା ଅଧିକାରୀ ଜ୍ୟୋତି କାନ୍ତ ସାହୁଙ୍କ ସଭାପତିତ୍ବରେ ପରିଚାଳିତ ହୋଇଥିଲା। ମୁଖ୍ୟଅତିଥି ଭାବରେ ଲିଟିଲ ଏଞ୍ଜଲ୍ସ ପବ୍ଳିକ ସ୍କୁଲ ନିର୍ଦେଶିକା ସୁନିତା ମୁଣ୍ତ ଯୋଗଦେଇ କାର୍ଯ୍ଯକ୍ରମକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥିଭାବେ ବରଗଡ଼, ପଦ୍ମପୁର ଓ ଝାରବନ୍ଧ ବ୍ଲକ ଶିକ୍ଷାଅଧିକାରୀ ସୁରେନ୍ଦ୍ର ସାହୁ, ଲୋକନାଥ ଭୋଇ ଓ ଶୁଭମ ପତି ତଥା ବରଗଡ ଜର୍ଜ ଉଚ୍ଚ ବିଦ୍ୟାଳୟ, ବାଳିକା ଉଚ୍ଚ ବିଦ୍ୟାଳୟ, ବରପାଲି ବାଳକ ଉଚ୍ଚ ବିଦ୍ୟାଳୟ ଓ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସାଶ୍ବତୀ ଦାଶ, ଶାନ୍ତି ସୁନା, ସନୋଜ ସେଟ୍ଟି ଓ ନାରାୟଣ ଭୁଏ ପ୍ରମୁଖ ଯୋଗ ଦେଇଥିଲେ l

ଡିପିଇଓ ଜ୍ୟୋତିଷ ପଧାନ ଓ ବରପାଲି ବି ଇ ଓ ମୁକୁନ୍ଦ ମହରାଙ୍କ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ମାନ ପରିଚାଳିତ ହୋଇଥିଲା l ବରଗଡ ଜିଲ୍ଲାର ୩୮୪ ଜଣ ଛାତ୍ରଛାତ୍ରୀ ପ୍ରିତିଯୋଗି ଭାବରେ ସାମିଲ ହୋଇଛନ୍ତି। ଉଦଘାଟନି ମ୍ୟାଚ ବାଳକ ବିଭାଗରେ ପଦ୍ମପୁର ଓ ବରପାଲି ମଧ୍ୟରେ ହୋଇଥିବା ବେଳେ ବରପାଲି ଦଳ ବିଜୟୀ ହୋଇଥିଲେ l ପ୍ରଧାନ ଶିକ୍ଷକ ଅଶୋକ କୁମାର ପଣ୍ଡାଙ୍କ ସଂଯୋଜନାରେ ସଭାକାର୍ଯ୍ୟ ପରିଚାଲିତ ହୋଇଥିଲା । ସନୋଜ ସେଟ୍ଟି ଧନ୍ୟବାଦ ଅର୍ପଣ କରିଥିଲେ l



