
ବରଗଡ– ଓଡ଼ିଆ ପୁଅ, ଝିଅ ଉଭୟ ଭାଇ ଭଉଣୀ ଅନ୍ତଃରାଷ୍ଟ୍ରୀୟ କରାଟେ ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କୃତ ହୋଇ ଓଡିଶା ମାଟିର ନାଁ ରଖିଥିବା ଜଣାପଡିଛି। ଅନ୍ତଜାତୀୟ ସଟୋକାନ କରାଟେ ପ୍ରତିଷ୍ଠାନ ISKO ଦ୍ୱାରା ମହାରାଷ୍ଟ୍ର ମୁମ୍ବାଇରେ ସର୍ବଭାରତୀୟ କରାଟେ ପ୍ରତିଯୋଗିତା ପାଞ୍ଚ ବର୍ଷରୁ ପନ୍ଦର ବର୍ଷ ଯାଏ ବାଳକ,ବାଳିକା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରାୟ ୫୦୦ ଜଣ ବାଳକ ବାଳିକା ଭାଗ ନେଇଥିଲେ। ମୁମ୍ବାଇ, ପୁନେରେ ବରଗଡ ଜିଲ୍ଲା ସୋହେଲା ବ୍ଲକ ଶ୍ରୀଗୀଡା ଗ୍ରାମର ଇଂଜିନିଅର ଶ୍ରଦ୍ଧାକର ସାହୁଙ୍କ ପୁଅ ଭୂପିନ୍ଦ୍ର ସାହୁ କୁମିଟେ ପ୍ରତିଯୋଗିତାରେ ସ୍ଵର୍ଣ ଓ କାଟା ପ୍ରତିଯୋଗିତାରେ ରୋପ୍ୟ ପଦକ ଆଣିଥିବା ବେଳେ ତାଙ୍କର ଭଉଣୀ ଦିବ୍ୟାନସି ସାହୁ କାଟା ପ୍ରତିଯୋଗିତାରେ ସ୍ଵର୍ଣ ଓ କୁମିଟେ ପ୍ରତିଯୋଗିତା ସର୍ବଭାରତୀୟ ସ୍ତରରେରେ ରୋପ୍ୟ ପଦକ ଆଣି ଓଡିଶା ମାଟିର ନାମ ରଖିଛନ୍ତି। ଭାଇ ଭଉଣୀ ଦ୍ବୟ ଆନ୍ତରରାଷ୍ଟ୍ରୀୟ ମାର୍ସଲ ଆଟ୍ସ ଅନୁଷ୍ଠାନର ନିଶା ଗୁପ୍ତା ଙ୍କ ତତ୍ପବଧାନରେ କିଛି ବର୍ଷ ହେଲା ଶିକ୍ଷା ଲାଭ କରୁଛନ୍ତି। ଏଥିସହ ଭାଇ, ଭଉଣୀ ଦ୍ବୟ ଅନେକ ପ୍ରତିଯୋଗିତାରେ ବହୁତ ସ୍ଥାନରେ ପୁରସ୍କାର ପାଇ ବାପା ଶ୍ରଦ୍ଧାକର ସାହୁ ଓ ମାତା ପଦ୍ମାବତୀ ସାହୁଙ୍କୁ ଗୌରବାନ୍ୱିତ କରିଛନ୍ତି ।



