Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିବରଗଡ଼ ସାଂସଦଙ୍କୁ ଭେଟିଲେ ଯୋଗାଣ ସହାୟକ ସଂଘ ।

ବରଗଡ଼ ସାଂସଦଙ୍କୁ ଭେଟିଲେ ଯୋଗାଣ ସହାୟକ ସଂଘ ।

ପଦ୍ମପୁର-ନବ ନିର୍ବାଚିତ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କୁ ପାଇକମାଲ ଯୋଗାଣ ସହାୟକ ସଂଘ ଭେଟି ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି । ଆଜି ସାଂସଦ ପୁରୋହିତ ଦିଲ୍ଲୀରୁ ଫେରିବା ପରେ ତାଙ୍କ ବାସଭବନରେ ସୌଜନ୍ୟ ମୂଳକ ଭାବେ ଭେଟି ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିବା ପରେ ଯୋଗାଣ ସହାୟକ ମାନେ ତାଙ୍କ ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ। କୋରାନା ସମୟରେ ଗ୍ରାସରୁଟ ସ୍ତରରେ ଖାଉଟି ସହ ଡାଇରେକ୍ଟ ସ୍ପର୍ଶ ସତ୍ତ୍ଵେ କୋରନା ଯୋଦ୍ଧା ଆଖ୍ୟା ପାଇ ପାରି ନ ଥିବା ବେଳେ ଟୀକାକରଣରେ ବି ସ୍ଵତନ୍ତ୍ରତା ଦିଆଯାଇ ନ ଥିଲା।

ଏପରି କି ଖାଉଟି ସାମଗ୍ରୀ ବଣ୍ଟନ ସହ ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟ କରୁଥିବା ବେଳେ ଗତ ସରକାର ସମୟରେ ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ଯୋଗାଣ ସହାୟକଙ୍କ ଦାବୀ ପ୍ରତି ଦୃଷ୍ଟି ଦେଇ ନ ଥିଲେ। ଏ ପରିପେକ୍ଷିରେ ଆଜି ଯୋଗାଣ ସହାୟକ ମାନେ ତାଙ୍କ ସମସ୍ୟା ଉପରେ ଆଲୋକପାତକରିଥିଲେ।ସାଂସଦ ପୁରୋହିତ ଅବଗତ ହେବା ପରେ ସରକାର ଉଚିତ ପଦକ୍ଷେପ ନିଶ୍ଚିତ ନେବେ ବୋଲି ନିର୍ଭର ପ୍ରତିଶୃତି ଦେଇଥିଲେ।

error: Content is protected !!