Saturday, February 15, 2025
spot_imgspot_imgspot_img
HomeUncategorizedବରଗଡ଼-ଭୁବନେଶ୍ୱର ନୂଆ ଇଣ୍ଟରସିଟି ଟ୍ରେନ୍ ଦାବି କଲେ ସାଂସଦ ପ୍ରଦୀପ ପୁରୋହିତ ।

ବରଗଡ଼-ଭୁବନେଶ୍ୱର ନୂଆ ଇଣ୍ଟରସିଟି ଟ୍ରେନ୍ ଦାବି କଲେ ସାଂସଦ ପ୍ରଦୀପ ପୁରୋହିତ ।

ବରଗଡ-ପ୍ରତିଦିନ ସକାଳ ସମୟରେ ବରଗଡ଼ରୁ ଭୁବନେଶ୍ୱରକୁ ଇଣ୍ଟରସିଟି ଟ୍ରେନ୍ ଚଳାଚଳ କରିବାକୁ ଦାବି କଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ବରଗଡ଼ ବାସୀଙ୍କ ଦୀର୍ଘ ଦିନର ଦାବିକୁ କେନ୍ଦ୍ର ଆଗରେ ଉପସ୍ଥାପନ କଲେ ବରଗଡ଼ ସାଂସଦ । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ବରଗଡ଼ ନିର୍ବାଚନ ମଣ୍ଡଳୀର ଉନ୍ନତି ପାଇଁ ଦାବି କଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ବରଗଡ଼ରୁ ଭୁବନେଶ୍ୱର ଇଣ୍ଟରସିଟି ଚାଲୁ କରିବାକୁ ଦାବି କଲେ ସାଂସଦ । ଏହି ରୁଟରେ ଇଣ୍ଟରସିଟି ଚଳାଚଳ କରିବାକୁ ଅଂଚଳବାସୀଙ୍କ ଅନେକ ଦିନରୁ ଦାବି ରହି ଆସିଛି । ଭୁବନେଶ୍ୱରକୁ ପ୍ରତିଦିନ ସକାଳେ ଇଣ୍ଟରସିଟି ଚଳାଚଳ କଲେ ସେହିଦିନ ଭୁବନେଶ୍ୱର ଯାଇ ପୁଣି ବରଗଡ଼ ଫେରି ପାରିବେ ଯାତ୍ରୀ ।

ଯାହାଦ୍ୱାରା ଲୋକ ମାନେ ସେମାନଙ୍କର ଚିକିତ୍ସା, ଶିକ୍ଷାଗତ, ସରକାରୀ, ବ୍ୟବସାୟିକ ଆଦି କାର୍ଯ୍ୟ ସହଜରେ କରି ପାରିବେ । ଅଯଥା ହୋଟେଲରେ ରହଣି ଖର୍ଚ୍ଚ ବହନ ନକରି ସେହି ଦିନ ସେମାନେ ଘରକୁ ଫେରି ପାରିବେ । ବରଗଡ଼ ରୋଡ୍ ଏବଂ ବଲାଙ୍ଗୀର ଷ୍ଟେସନ ପୂର୍ବତଟ ରେଳବାଇର ସମ୍ବଲପୁର ଡିଭିଜନ ଅଧିନରେ ଅଛି । ବରଗଡ଼ ରୋଡ/ବଲାଙ୍ଗୀରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଏକ ନୂଆ ଟ୍ରେନ୍ ଚଳାଚଳ କରାଯାଉ କିମ୍ବା ୧୮୦୩/୩୦୪ ପୁରୀ-ସମ୍ବଲପୁର-ପୁରୀ ଇଣ୍ଟରସିଟିକୁ ବରଗଡ଼/ବଲାଙ୍ଗୀର ପର୍ଯ୍ୟନ୍ତ ୨-ରେକ୍ ଟ୍ରେନ ଭାବେ ପରିବର୍ତ୍ତନ କରାଯାଉ ବୋଲି କହିଛନ୍ତି ପ୍ରଦୀପ ପୁରୋହିତ । ଏହାସହ ଏହାର ରକ୍ଷଣା ବେକ୍ଷଣ ପୁରୀଠାରେ କରା ଯାଇପାରିବ । ବିଭିନ୍ନ ସଙ୍ଗଠନ ପକ୍ଷରୁ ଅନେକ ଦିନ ଧରି ଦାବି କରା ଯାଇଆସୁଛି ।

ପୂର୍ବରୁ ଏହି ପ୍ରସ୍ତାବରେ ପୂର୍ବତଟ ରେଳବାଇ ରାଜି ମଧ୍ୟ ହୋଇଥିଲା । ହେଲେ ଦୁର୍ଭାଗ୍ୟବଶତଃ ଏହା କାର୍ଯ୍ୟକାରୀ ହୋଇପାରିନାହିଁ । ରେଳବାଇ କର୍ତ୍ତୃପକ୍ଷଙ୍କ ଉଦାସୀନ ଆଭିମୁଖ୍ୟ ଯୋଗୁଁ ଏହାକୁ ବିଚାରକୁ ନିଆଯାଉ ନାହିଁ । ଯାହା ଦୁଃଖର ବିଷୟ ବୋଲି କହିଛନ୍ତି ଶ୍ରୀ ପୁରୋହିତ । ବରଗଡ଼ ଭଳି ଅବହେଳିତ ଅଂଚଳ ପାଇଁ ଟ୍ରେନ୍ ସୁବିଧା ଅତ୍ୟନ୍ତ ଆବଶ୍ୟକ । ଲୋକଙ୍କ ଭାବାବେଗକୁ ବିଚାର କରି ଏବଂ ପଶ୍ଚିମ ଓଡ଼ିଶାର ଏହି ଅଂଚଳର ପୁରୁଣା ଦାବି ପୂରଣ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଅନୁରୋଧ କରିଛନ୍ତି ସାଂସଦ ପ୍ରଦୀପ ପୁରୋହିତ ।

ଏହାସହ ପାଇକମାଲ ରେଳଷ୍ଟେସନର ନାମ ପରିବର୍ତ୍ତନ କରି ନୃସିହନାଥ ମନ୍ଦିର ରେଳ ଷ୍ଟେସନ କରିବାକୁ ପ୍ରସ୍ତାବ ଦେଇଛନ୍ତି ବରଗଡ଼ ସାଂସଦ । ଜନଶତାବ୍ଦୀ ଏକ୍ସପ୍ରେସକୁ ଝାରସୁଗୁଡା ପର୍ଯ୍ୟନ୍ତ ସମ୍ପ୍ରସାରଣ ସହ ହାତିଆ ଝାରସୁଗଡ଼ା ପାସେଂଜର ଟ୍ରେନକୁ ରାୟଗଡ଼ ଓ କୋଭିଡ୍ ସମୟରେ ବନ୍ଦ ହୋଇଥିବା ନିଜାମୁଦ୍ଦିନ୍-ରାୟଗଡ଼ ଗୋଣ୍ଡୱାନା ଏକ୍ସପ୍ରେସ ଟ୍ରେନ୍କୁ ପୁନଃ ଚଳାଚଳ କରିବାକୁ ରେଳମନ୍ତ୍ରୀଙ୍କ ପାଖରେ ଦାବି ରଖିଛନ୍ତି ପ୍ରଦୀପ ପୁରୋହିତ ।

error: Content is protected !!