Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିବରଗଡ଼ ବିଜ୍ଞାନ କେନ୍ଦ୍ରରେ ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତା ।

ବରଗଡ଼ ବିଜ୍ଞାନ କେନ୍ଦ୍ରରେ ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତା ।

ବରଗଡ଼ – ବରଗଡ଼ ବିଜ୍ଞାନ କେନ୍ଦ୍ର, ଟୁକୁର୍ଲା ସଭାଗୃହରେ ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତା ଜିଲ୍ଲା ଶିକ୍ଷା କାର୍ୟାଳୟ, ବରଗଡ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଧୀରୋଜ କୁମାର ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଚାରକ ଭାବରେ ନୃତ୍ୟ ଗୁରୁ ଶ୍ରୀ ଶଙ୍କର ପଟ୍ଟନାୟକ ଓ ନୃତ୍ୟଗୁରୁ ଶ୍ରୀ ଅନନ୍ତ କୁମାର ମେହେର ଯୋଗ ଦେଇଥିଲେ । ପ୍ରାରମ୍ଭରୁ ବିଜ୍ଞାନ ନିରୀକ୍ଷକ ଲୋକନୃତ୍ୟ ପ୍ରତିଯୋଗିତାର ଆଭିମୁଖ୍ୟ ଓ ନିୟମାବଳୀ ଜଣାଇଥିଲେ । ଚଳିତ ବର୍ଷ ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତାରେ ଜିଲ୍ଲାର ୧୨ଟି ବ୍ଲକରୁ ମନୋନୀତ ହୋଇଆସିଥିବା ଦଳଗୁଡିକ ସେମାନଙ୍କର ଲୋକନୃତ୍ୟ ପରିବେଷଣ କରିଥିଲେ ।ଏଥିରେ ଗାଇସିଲ।ଟ ବ୍ଲକର ଏନ. ଏସ. ବି. ହାଇସ୍କୁଲ, କନ୍ଦୁମୁଣ୍ଡା ପ୍ରଥମ ସ୍ଥାନ, ବିଜେପୁର ବ୍ଲକର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବ।ନ୍ଦୁପ।ଲି ଦ୍ଵିତୀୟ ସ୍ଥାନ ଓ ରାଜବୋଡାସମ୍ବର ବ୍ଲକର ଦୀପ୍ତିପୁର ସରକାରୀ ଉଚ୍ଚ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଥିଲେ ।

ଶିକ୍ଷକ ଗୋବିନ୍ଦ ସେଠ ଓ ଶିକ୍ଷକ ସଦାନନ୍ଦ ଜାଲ ମଞ୍ଚ ପରିଚାଳନା କରିଥିବାବେଳେ ବିଜ୍ଞାନ ଶିକ୍ଷକ ପ୍ରିୟବ୍ରତ ସାହୁ ଓ ବିଜ୍ଞାନ କେନ୍ଦ୍ର ସଂଯୋଜକ ଗୋପୀନାଥ ପ୍ରଧାନ ତଥା ବିଜ୍ଞାନ କେନ୍ଦ୍ରର ସମସ୍ତ କର୍ମକର୍ତ୍ତା ପ୍ରତିଯୋଗିତାର ସଫଳତା ପାଇଁ ପୂର୍ଣ୍ଣ ସହଯୋଗ କରିଥିଲେ । ଉଦଯାପନୀ ଉତ୍ସବରେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଧୀରୋଜ କୁମାର ପଟ୍ଟନାୟକ ଓ ବିଚାରକ ମାନେ ସମସ୍ତ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ ଓ ଲୋକନୃତ୍ୟ ମାଧ୍ୟମରେ କିପରି ସାମାଜିକ ବାର୍ତ୍ତା ଦିଆଯାଇପାରିବ ତଥା ଲୋକନୃତ୍ୟ ପରିବେଷଣ ବେଳେ କେଉଁ କେଉଁ ଦିଗପ୍ରତି ଯତ୍ନବାନ ହେବେ, ସେହି ବିଷୟରେ ଦିଗଦର୍ଶନ ଦେଇଥିଲେ । ପରିଶେଷରେ ଶିକ୍ଷକ ପ୍ରିୟବ୍ରତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

error: Content is protected !!