Saturday, March 7, 2026
Homeରାଜ୍ୟବରଗଡ଼ ଜିଲ୍ଲା ସୋହେଲା ଗସ୍ତ ସମୟରେ ପଦ୍ମପୁର ଠାରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ।

ବରଗଡ଼ ଜିଲ୍ଲା ସୋହେଲା ଗସ୍ତ ସମୟରେ ପଦ୍ମପୁର ଠାରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ।

ପଦ୍ମପୁର-ବରଗଡ଼ ଜିଲ୍ଲା ସୋହେଲା ଇଛ୍ଛାପାଲି ଠାରେ ଆୟୋଜିତ ବିଶାଳ ଚାଷୀ ସମାବେଶର ଧାନ କ୍ଵିଣ୍ଟାଲ ପିଛା ସର୍ଵ ନିମ୍ନ ମୁଲ୍ୟ ଉପରେ ଆଠ ଶହ ସହାୟତା ରାଶି ଲୋକାର୍ପଣ ଉତ୍ସବ କାର୍ଯ୍ୟକ୍ରମ କୁ ଯୋଗଦାନ ଦେବାପାଇଁ ବିମାନ ରେ ଆସି ପଦ୍ମପୁର ମାଟିରେ ପହଞ୍ଚିଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଏବଂ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂଦେଓ ଙ୍କୁ ଯୁବ ନେତା ପ୍ରିତେଶ ବହିଦାର ସତୀଭଟା ଉଡାଜାହାଜ ଅବତରଣ ପଡ଼ିଆ ଠାରେ ସ୍ବାଗତ କରି ସମ୍ବର୍ଦ୍ଧନା ଜଣାଇଥିଲେ।

ନିର୍ବାଚନ ସମୟରେ ଭାରତୀୟ ଜନତା ପାର୍ଟି ଚାଷୀଙ୍କୁ ଦେଇଥିବା ପ୍ରତିଶୃତି ପାଳନ କରିଥିବାରୁ ମାନନୀୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ଉପକୃତ ହୋଇଥିବା ଚାଷୀ ଙ୍କ ତରଫରୁ କୃତଜ୍ଞତା ଜଣାଇଛନ୍ତି। ଏହି ସ୍ୱାଗତ ସମୟରେ ପଦ୍ମପୁର ନିର୍ଵାଚନ ମଣ୍ଡଳୀର ଅଶୋକ ମିଶ୍ର, ସୁବାସ ପାତ୍ର,ହରି ସିଂ, ରମେଶ ଗର୍ଗ, ସୁନୀଲ ଅଗ୍ରୱାଲ,କାଉନସିଲର କୁନାଲ ପାଣିଗ୍ରାହୀ, ପ୍ରମିଳା ମେହେର,ଚିନ୍ମୟ ପଣ୍ଡା, ଜ୍ୟୋସ୍ନାରାଣୀ କର, ସାମଲ ଦାସ, ନାରାୟଣ ପୁରୋହିତ,ନିରୋଜ ସିଂହ,ନରେଶ ସାହୁ, ରବି ସାହୁ, ଦିନେଶ ବାରିକ, ସୁରେଶ ସାହୁ, ସୁରଜ ସୁନା, ଅମିତ ଗର୍ଗ, ବାରିଶ ରାଜା ପ୍ରମୁଖ ଉପସ୍ଥିତ ଥିଲେ ।

error: Content is protected !!