Friday, February 21, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିବରଗଡ଼ ଜିଲ୍ଲା ସେବକ ସେବିକା ସଂଘ ପକ୍ଷରୁ ସ୍ବାଗତ ତଥା ଅବସରକାଳୀନ ସମ୍ବର୍ଦ୍ଧନା ସଭା...

ବରଗଡ଼ ଜିଲ୍ଲା ସେବକ ସେବିକା ସଂଘ ପକ୍ଷରୁ ସ୍ବାଗତ ତଥା ଅବସରକାଳୀନ ସମ୍ବର୍ଦ୍ଧନା ସଭା ।

ବରଗଡ଼-ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅଧୀନସ୍ଥ ବିଦ୍ୟାଳୟମାନଙ୍କରେ କାର୍ଯ୍ୟରତ ସେବକ ସେବିକାଙ୍କୁ ନେଇ ଗର୍ଭଣା କଲ୍ୟାଣ ମଣ୍ଡପଠାରେ ଏକ ସ୍ବାଗତ ତଥା ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ବରଗଡ଼ ଜିଲ୍ଲା ସେବକ ସେବିକା ସଂଘ ଆନୁକୂଲ୍ଯରେ ଅନୁଷ୍ଠିତ ଏହି ସଭାରେ ପ୍ରଧାନ ସେବକ ଜୟଦେବ ରାଉତିଆଙ୍କ ସଭାପତିତ୍ବରେ ନୂତନ ଭାବେ ଯୋଗଦାନ କରିଥିବା ବରଗଡ଼ ଜିଲ୍ଲା ମଙ୍ଗଳ ଅଧିକାରୀ ମଳୟ କୁମାର ଶତପଥୀ ଏବଂ ଅତିରିକ୍ତ ଜିଲ୍ଳା ମଙ୍ଗଳ ଅଧିକାରୀ ଆକାଶ ପଣ୍ଡାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ଅବସରପ୍ରାପ୍ତ ଶିକ୍ଷା ଜିଲ୍ଲା ଅଧିକାରୀ ପ୍ରସନ୍ନ କୁମାର ପଣ୍ଡା, ବିଦାୟୀ ଅତିରିକ୍ତ ଜିଲ୍ଳା ମଙ୍ଗଳ ଅଧିକାରୀ ହିମାଂଶୁ ଶେଖର କୁମ୍ଭାର ତଥା ଅବସରପ୍ରାପ୍ତ ପ୍ରଧାନ ସେବକ ପ୍ରଦୀପ କୁମାର ମହାନ୍ତି , ଯଦୁମଣି ପ୍ରଧାନ ,ମୀନକେତନ କର୍ମୀ ,ଜନାର୍ଦନ ବଘାର ,ସନତ ସିଂ ବରିହା ଏବଂ ମୋତିଲାଲ ବିଭାରଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।

ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ “ସର୍‌ଗିଫୁଲ”ରେ କୃତିତ୍ୱ ଅର୍ଜନ କରିଥିବା ବରଗଡ଼ ଜିଲ୍ଲାର ଦୁଇଜଣ ଛାତ୍ରଛାତ୍ରୀ ଅଂଶୁରାଜ ସୁନା ଏବଂ ପ୍ରିୟା ତାଣ୍ଡିଙ୍କୁ ମଧ୍ଯ ଏହି ସଭାରେ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାକାର୍ଯ୍ୟ ପରିଚାଳନା କରିଥିଲେ ପ୍ରଧାନସେବକ ବିଦ୍ଯାଧର ପଶାୟତ ଏବଂ ପ୍ରଧାନସେବିକା ପ୍ରବାସିନୀ ହୋତା । ଜିଲ୍ଲା ସେବକ ସେବିକା ସଂଘର ସଭାପତି ସୁଜିତ କୁମାର ଦାଶ ବିବରଣୀ ପାଠ କରିଥିଲେ । ଅବସରପ୍ରାପ୍ତ ସେବକଗଣଙ୍କ ସ୍ମୃତି ରୋମନ୍ଥନ କରିଥିଲେ ଲକ୍ଷ୍ମୀକାନ୍ତ ମେହେର, ଅଶ୍ଵିନୀ ସାହୁ,ପଦ୍ମିନୀ ମେହେର, କ୍ଷୀରେଶ୍ବର ତାଣ୍ଡି ଏବଂ ତରଣୀସେନ ଭୋଇ । ସମଗ୍ର ବରଗଡ଼ ଜିଲ୍ଲାର ସମସ୍ତ ବ୍ଲକରୁ ଶତାଧିକ ସେବକ ସେବିକା ଏହି ସଭାରେ ଯୋଗଦାନ କରିଥିଲେ ।ଶେଷରେ ସଙ୍ଘ ସଂପାଦକ ରାଜେଶ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l

error: Content is protected !!