ବରଗଡ଼-ବରଗଡ଼ ଜିଲ୍ଲା ଭେଡେନ ବ୍ଲକ୍ ଅନ୍ତର୍ଗତ ସହରାପାଲିରେ ଥିବା କୃଷକ ଭବନ ଠାରେ ବରଗଡ଼ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ (ନୂତନ ପେନ୍ ସନ୍ ଯୋଜନା ଭୁକ୍ତ) ର ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ମଞ୍ଚାସିନ ଥିଲେ ସଂଘର ସଭାପତି ଡୋଳାମଣି ମାହାର, ଉପ ସଭାପତି ନନ୍ଦିଘୋଷ ଭୁଏ, ସଂପାଦକ ଶ୍ରୀକାନ୍ତ ବାରିକ, ଅତାବିରା ବ୍ଳକ୍ ପ୍ରାଥମିକ ଶିକ୍ଷକ ସଙ୍ଘ ର ସଭାପତି ହରିହର ପଶାୟତ, ଭେଡେନ ବ୍ଲକ୍ ଶିକ୍ଷକ ସଂଘର ସଭାପତି ଭରଦ୍ୱାଜ ପ୍ରଧାନ, ଉପଦେଷ୍ଟା ମଣ୍ଡଳୀ ରଘୁନାଥ ପୁରୀ ଏବଂ ଉପେନ୍ଦ୍ର ଖମାରୀ ।
ଏହି ଅବସରରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ବରଗଡ଼ ର ସଭାପତି ଡୋଳାମଣି ମାହାର ଏବଂ ଅତାବିରା ବ୍ଳକ୍ ପ୍ରାଥମିକ ଶିକ୍ଷକ ସଂଘ ର ସଭାପତି ହରିହର ପଶାୟତ ଚାକିରୀ ରୁ ଅବସର ଗ୍ରହଣ କରିଥିବାରୁ ତାଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏଥିରେ ବରଗଡ଼ ଜିଲ୍ଲା ଅନ୍ତର୍ଗତ ଅତାବିରା, ଆମ୍ବଭୋନା, ଭଟଲି,ଭେଡେନ,ବରପାଲି,ଝାରବନ୍ଧ, ସୋହେଲା, ପଦ୍ମପୁର, ଗାଇସିଲେଟ, ପାଇକମାଳ ଓ ବିଜେପୁର ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘ ର ସଭାପତି ଓ ସଂପାଦକ ଗଣ ଯୋଗଦାନ କରିଥିଲେ । ଭେଡେନ ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘ ର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।