Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିବରଗଡରେ ୬୬୨ କଲେଜ ସଂଘର ଜିଲ୍ଲାସ୍ତରୀୟ ବୈଠକ ।

ବରଗଡରେ ୬୬୨ କଲେଜ ସଂଘର ଜିଲ୍ଲାସ୍ତରୀୟ ବୈଠକ ।

ବରଗଡ-ନିଖିଳ ଓଡ଼ିଶା ୬୬୨(ଯୁକ୍ତ ଦୁଇ ଓ ଯୁକ୍ତ ତିନି) ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ଜିଲ୍ଲା ସ୍ତରୀୟ ବୈଠକ ଟ୍ରଷ୍ଟ ଫଣ୍ଡ ଡିଗ୍ରୀ ମହାବିଦ୍ୟାଳୟ ବରଗଡ ଠାରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ଉଚ୍ଚ ଶିକ୍ଷା ବ୍ୟବସ୍ଥାରେ ପ୍ରାୟ ୭୦ ପ୍ରତିଶତ ପିଲାଙ୍କୁ ଦୀର୍ଘ ୨୫ବର୍ଷରୁ ଅଧିକ ସମୟ ପାଠ ପଢାଇ ଶୂନ୍ୟ ହସ୍ତରେ ଅବସର ନେଉଛନ୍ତି ୬୬୨ ବର୍ଗର ଅଧ୍ୟାପକ କର୍ମଚାରୀମାନେ । ତେଣୁ ଅବସରକାଳୀନ ଭୟଙ୍କର ପରିସ୍ଥିତିର ମୁକାବିଲା ପାଇଁ ଚାକିରି ସର୍ତ୍ତାବଳୀ ସହିତ ପେନସନ ଦାବୀକୁ ତ୍ୱରାନ୍ୱିତ କରିବା ପାଇଁ ସଂଘକୁ ସକ୍ରିୟ କରାଯାଇ ପଦକ୍ଷେପ ନିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।

ଟ୍ରଷ୍ଟ ଫଣ୍ଡ ଡିଗ୍ରୀ ମହାବିଦ୍ୟାଳୟରେ ଅନୁଷ୍ଠିତ ସଂଘର ଏହି ବୈଠକରେ ସ୍ଥାନୀୟ ଅଧ୍ୟକ୍ଷ ଡ.ସରୋଜ କାନ୍ତ ଦେବତା, ଜିଲ୍ଲା ସଭାପତି ଅଧ୍ୟାପକ ଅଶୋକ ବେହେରା, ଉପସଭାପତି ଗୋପାଳକୃଷ୍ଣ ମିଶ୍ର, ସହ-ସମ୍ପାଦକ ଜଗଦୀଶ ଦେବତା, କୋଷାଧ୍ୟକ୍ଷ ସୁରେଶ ପରିଡ଼ା, ଅଧ୍ୟାପକ ପ୍ରଶାନ୍ତ ପଣ୍ଡା, ବିଜୟ ମିଶ୍ର,ତାରିଣୀ ଦେବତା, ସରୋଜ ସାହୁ, ଅଶ୍ଵିନୀ ପଧାନ, ବାସୁଦେବ ସାହୁ, ନରେଶ ଶତପଥୀଙ୍କ ସମେତ ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା ତଥା କର୍ମଚାରୀବୃନ୍ଦଙ୍କ ସହିତ ସାମିଲ ହୋଇ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିବା ସୁଯୋଗ ମିଳିଥିଲା।

error: Content is protected !!