ପଦ୍ମପୁର – ପଦ୍ମପୁର ଉପଖଣ୍ଡ ବୁଡେନ ଥାନା ଅନ୍ତର୍ଗତ ସୁଲିଆ ଗାଁ ନିକଟରୁ କେନ୍ଦୁ କାଠ ଚୋରା ଚାଲାଣ ହେଉଥିବା ଖବର ପାଇ ପଦ୍ମପୁର ରେଂଜର ରଂଜିତ ସିଂ ବାବୁଙ୍କ ନେତୃତ୍ୱରେ ବନ ବିଭାଗର ଗୋଟିଏ ଟିମ ଚଢାଉ କରିଥିଲେ । ଚଢାଉରେ ଅଭିଯୁକ୍ତ ବଲାଙ୍ଗୀର ଜିଲ୍ଲା ଲରମ୍ଭା ଥାନା ଟେଙ୍ଗରାପଦରର ଶିବ ସାହୁ ଠାରୁ ଗୋଟିଏ ନମ୍ବର ବିହିନ ଟ୍ରାକ୍ଟର, ୧୦ ଖଣ୍ଡ କେନ୍ଦୁ କାଠ ଗଣ୍ଡି ଯାହାର ଆନୁମାନିକ ମୂଲ୍ୟ ୩୫,୦୦୦ ହୋଇଥିବା ସୂଚନା ମିଲିଛି ।

ପଦ୍ମପୁର ରେଂଜ କେଶ ନମ୍ବର ୨୪/୨୦୨୫ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପଦ୍ମପୁର ରେଂଜର ସୂଚନା ଦେଇଛନ୍ତି । ଏହି ଚଢାଉରେ ଅନ୍ୟ ମାନଙ୍କ ମଧ୍ୟରେ ଫରେଷ୍ଟର ସରୋଜ କୁମାର ସାହୁ, ଫରେଷ୍ଟର ପଦ୍ମିନୀ ଭୋଇ, ମନ ଠେଠୁଆ, କୃଷ୍ଣ ବଡଗୁଛିଆ ସମେତ ଅନ୍ୟ କର୍ମଚାରୀ ପ୍ରମୁଖ ସାମିଲ ଥିଲେ ।



