Saturday, April 12, 2025
spot_imgspot_imgspot_img
Homeରାଜ୍ୟବନ୍ୟ ଯିବକୁ ବନବିଭାଗକୁ ହସ୍ତାନ୍ତର କରି ମହନୀୟତା ଦେଖାଇଲେ ଅକ୍ଷୟ l

ବନ୍ୟ ଯିବକୁ ବନବିଭାଗକୁ ହସ୍ତାନ୍ତର କରି ମହନୀୟତା ଦେଖାଇଲେ ଅକ୍ଷୟ l

ପଦ୍ମପୁର – ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଲୋହାରପାଲି ପଞ୍ଚାୟତ ଅନ୍ତର୍ଗତ କବିବରପୁର ଗାଁର ଅକ୍ଷୟ ବିଶ୍ୱାଳ ଗାଁ ନିକଟସ୍ଥ ଜଙ୍ଗଲକୁ ଛେଳି ଚରାଇବା ପାଇଁ ଯାଇଥିବା ସମୟରେ ଏକ ବରାହ ପାଇଥିଲେ l ଶ୍ରୀ ବିଶ୍ୱାଳ ସେହି ବରାକୁ ସାଙ୍ଗରେ ଘରକୁ ଆଣି ପଦ୍ମପୁର ବନ ବିଭାଗକୁ ଖବର ଦେଇଥିଲେ ।

ବନବିଭାଗ କର୍ମଚାରୀ ପଦ୍ମପୁର ଫରେଷ୍ଟର ସଞ୍ଜୟ ସାହୁ,ତେଜସ୍ୱିନୀ ସାହୁ, ପ୍ରକାଶ ହୋତା, କେଶବ ବୁଡ଼େକ, ରଶ୍ମିତା ସାହୁଙ୍କୁ ହସ୍ତାନ୍ତର କରିଥିଲେ l ବନ ବିଭାଗ ଉକ୍ତ ବରାହକୁ ଡାକ୍ତର ମାଇନା ପରେ ପୁଣି ଜଙ୍ଗଳରେ ଛାଡି ଦେଇଥିବା ଜଣା ପଡିଛି । ଅକ୍ଷୟ ବିଶ୍ୱାଳଙ୍କ ଏହି ମହାନତା ପାଇଁ ତାଙ୍କୁ ପଦ୍ମପୁର ରେଞ୍ଜର ସୁଦାମ ଜଗଦଲା ଧନ୍ୟବାଦ ଜଣାଇ ଥିଲେ l

error: Content is protected !!