Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିବନ୍ଧପାଲିରେ ଦଶବତାର ମହୋତ୍ସବ ।

ବନ୍ଧପାଲିରେ ଦଶବତାର ମହୋତ୍ସବ ।

ବରପାଲି-ବରପାଲି ବ୍ଳକ୍ ବନ୍ଧପାଲି ମାଉଶିମାଁ ମନ୍ଦିର ପରିସରରେ ଦଶଅବତାର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରତିଦିନସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ପାରାୟଣ କାର୍ଯ୍ଯକ୍ରମ ମାନ କରାଯାଇଥିଲା। ରବିବାର ସନ୍ଧ୍ୟାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କଲ୍‌କି ଅବତାର ଦର୍ଶନାର୍ଥେ ଭକ୍ତମଣ୍ତଳିଙ୍କ ଭିଡ ଲାଗି ରହିଥିଲା। ଏହି ପରିପେକ୍ଷିରେ ଝାଏଁରେ କଲାପଟା ସାହିତ୍ୟ କୁଟୁମ୍ ସଂସଦ ପକ୍ଷରୁ ମିଠା ଅନ୍ନ ଭୋଗ ବିତରଣ ବ୍ଯବସ୍ଥା ହୋଇଥିଲା।

ସଂସଦ ସଭାପତି ଭରତ ମେହେର, କୋଷାଧ୍ୟକ୍ଷ ଉମାକାନ୍ତ ସାହୁଙ୍କ ସହିତ ରୋହିତ ସାହୁ,ମୋତିରାମ୍ ମେହେର, ଭାଗିରଥି ବିଭାର୍, ଭରତ ନାଏକ, ଯୋଗେଶ ବର୍ଗାଏ, ଅଶ୍ଵିନୀ ସେଠ୍, ମୁକେଶ ଦାଶ, ବାଳକୃଷ୍ଣ ମେହେର, କ୍ଷିରସିନ୍ଧୁ ସେଠ୍, ପ୍ରଦିପ ରାଉତ୍, ଚିନୁ ଚ୍ଚେଟି, ବୈଦ୍ୟନାଥ ସାହୁ, ପ୍ରଦିପ ମେହେର,ଓମ୍ ପ୍ରକାଶ ମେହେର, ଦିପକ୍ ଗୋଏଲ୍, ଅନନ୍ତ ମହାପାତ୍ର, ହରି ମେହେର୍, ଲଳିତ ମେହେର, ବିକାଶ ମେହେର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

error: Content is protected !!