Thursday, March 13, 2025
spot_imgspot_imgspot_img
Homeଅଘଟଣବନବିଭାଗର ଅଜବ ନିୟମ : ଜଣକୁ ଛାଡ,ଜଣକୁ ଧର ।

ବନବିଭାଗର ଅଜବ ନିୟମ : ଜଣକୁ ଛାଡ,ଜଣକୁ ଧର ।

ଶିକାରୀକୁ ଧରିବା ବେଲେ ବନ ବିଭାଗର ଗୁଇନ୍ଦା କାମ କରୁଛି ହେଲେ, କାଠ ମାଫିଆ ବେଲେ ଗୁଇନ୍ଦା ଫେଲ !


ପଦ୍ମପୁର– ସାଧାରଣ ଜନତା ସରକାରୀ ବାବୁ ବା ସରକାରୀ ଅଧିକାରୀ ମାନଙ୍କ ଠାରୁ ଉଚିତ ନ୍ୟାୟ ପାଇବା ଆଶା ରଖିଥାନ୍ତି । ହେଲେ ପଦ୍ମପୁର ଅଂଚଳରେ ଜଣକୁ ଶାସ୍ତି ଓ ଜଣକୁ ମାଫ ଭଲି ନିୟମ ଦେଖିବାକୁ ମିଲିଛି । ପଦ୍ମପୁର ଉପଖଣ୍ଡ ପାଇକମାଲ ଓ ନୃସିଂହନାଥ ରେଂଜର ଅଧିକାରୀ ମାନଙ୍କ କାର୍ଯ୍ୟକଳାପ ଉପରେ ଲୋକଙ୍କ ସନେ୍ଧହ ବଢିବାରେ ଲାଗିଛି । ପାଇକମାଲ ଓ ନୃସିଂହନାଥ ରେଂଜରେ ଦୀର୍ଘ ଦିନରୁ କାଠ ମାଫିଆ ମାନେ ସକ୍ରିୟ ହୋଇ ମୂଲ୍ୟବାନ ଗଛ ଚୋରି କରିବାରେ ସଫଳ ହେଉଥିବା ଖବର ସାମନାକୁ ଆସିଛି । ଖୋଦ ବନବିଭାଗ କାର୍ଯ୍ୟାଳୟ ପରିସରରୁ ମୂଲ୍ୟବାନ କାଠ ଚୋରି ହୋଇଥିବା ଖବର ସାମନାକୁ ଆସିଥିଲା ।

ଏହି ଅଂଚଳରେ କାଠ ମାଫିଆ ମାନଙ୍କୁ ବନବିଭାଗ କାବୁ କମିବାରେ ଅସମର୍ଥ କାହିଁକି ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି । କାହିଁକି ନା ନୃସିଂହନାଥ ରେଂଜ ଅନ୍ତର୍ଗତ ଖଣ୍ଡିଝରନ ଗାଁ ରେ ଦୁଇ ଜଣ ଶୀକାରୀ ଗନ୍ଧମାର୍ଦ୍ଦନ ଜଙ୍ଗଳରୁ ଫାଇ ପକାଇ ବନ୍ୟଜନ୍ତୁ ଶିକାର କରି ମାଂସ କାଟୁଥିବା ସମୟରେ ବନ ବିଭାଗ ଅଧିକାରୀ ଖବର ପାଇ ସେଠାରେ ପହଂଚି ଶିକାରୀ ମାନଙ୍କୁ କାବୁ କରିବା ସହ ବନ୍ୟ ଜନ୍ତୁର କଟା ମାଂସ ଏବଂ ମୁଣ୍ଡ ଓ ଲାଞ୍ଜ ଜବତ କରି ଅଭିଯୁକ୍ତ ଶିକାରୀ ମାନଙ୍କୁ କୋର୍ଟ ଚାଲାଣ କରିଥିବା ଜଣା ପଡିଛି ।

ହେଲେ ସେହି ଗନ୍ଧମାର୍ଦ୍ଦନ ଜଙ୍ଗଳରୁ କାଠ ମାଫିଆ ମାନେ ମୂଲ୍ୟବାନ ଗଛ ଚୋରି କରୁଛନ୍ତି ହେଲେ ସେହି ବନବିଭାଗର ବାବୁ ମାନେ ଅଭିଯୁକ୍ତ ମାନଙ୍କୁ ଧରିବାରେ ଅକ୍ଷମ କାହିଁକି ? କାଠ ମାଫିଆଙ୍କ ବିଷୟରେ ବନବିଭାଗ ଅଧିକାରୀଙ୍କ ଗୁଇନ୍ଦା ଫେଲ ମାରୁଛି ନା ଜାଣି ଶୁଣି ନିଜେ ଗୁଇନ୍ଦାକୁ ଫେଲ କରୁଛନ୍ତି ତାହା ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଯୋର ଧରିଛି । ଗୋଟିଏ ବିଷୟ ପ୍ରତି ଗୁଇନ୍ଦା କାମ କରୁଛି ଏବଂ ଅନ୍ୟ ଏକ ବିଷୟ ପ୍ରତି ଗୁଇନ୍ଦା ଫେଲ ମାରିବା ବନବିଭାଗ ଅଧିକାରୀ ମାନଙ୍କ କାର୍ଯ୍ୟକାଳପରେ ସନେ୍ଦହ ସୃଷ୍ଟି କରୁଛି । ଏ ବିଷୟରେ ବିଭାଗୀୟ ଅଧିକାରୀ ତଦନ୍ତ କରିବା ପାଇଁ ଅଂଚବାସୀ ଦାବୀ କରିଛନ୍ତି ।

error: Content is protected !!