Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିବନଦୁର୍ଗା ମନ୍ଦିରରେ କାତ୍ୟାୟନୀ ଦେବୀଙ୍କ ପୂଜାର୍ଚ୍ଛନା ।

ବନଦୁର୍ଗା ମନ୍ଦିରରେ କାତ୍ୟାୟନୀ ଦେବୀଙ୍କ ପୂଜାର୍ଚ୍ଛନା ।

ପଦ୍ମପୁର-ପଦ୍ମପୁର ବଡ଼ବନ୍ଧ ପାଖ ବନଦୁର୍ଗା ମନ୍ଦିର ଠାରେ ଆଜି ଶନିବାର ସକାଳ ଘ.୦୮.୦ ସମୟରେ ମୁଖ୍ୟ ପଣ୍ଡିତ ରଘୁନାଥ ତ୍ରିପାଠୀ , ମନ୍ଦିର ପୂଜକ ପ୍ରଶାନ୍ତ ପଣ୍ଡା,ପଣ୍ଡିତ ଗିରିଶ ଚନ୍ଦ୍ର ହୋତା,ପଣ୍ଡିତ ଅଶୋକ କୁମାର ପଣ୍ଡା,ପଣ୍ଡିତ ଦେବେନ୍ଦ୍ର ତ୍ରିପାଠୀ,ପଣ୍ଡିତ ପ୍ରବୀଣ ମିଶ୍ର ଓ ପଣ୍ଡିତ ବିଘ୍ନରାଜ ନନ୍ଦଙ୍କ ମନ୍ତ୍ର ଉଚ୍ଚାରଣରେ ନବରାତ୍ରର ଷଷ୍ଠ ଦିନରେ ଦେବୀ ଦୁର୍ଗା କାତ୍ୟାୟନୀ ବେଶରେ ପୂଜା ପାଉଛନ୍ତି । ଦେବୀ କାତ୍ୟାୟନୀ ସିଂହ ଉପରେ ବିରାଜମାନ କରିଥାନ୍ତି।ତାଙ୍କର ଚାରି ବାହୁ ରହିଛି,ବାମ ହାତରେ ସେ ଏକ ପଦ୍ମଫୁଲ ଓ ଖଣ୍ଡା ଧାରଣ କରିଥାନ୍ତି । ଡାହାଣ ହାତରେ ସେ ଅଭୟ ଓ ବରଦ ମୁଦ୍ରା ପ୍ରଦର୍ଶନ କରନ୍ତି ।

ଯାହା ଭକ୍ତଙ୍କୁ ନିର୍ଭୟ ଓ ଆଶୀର୍ବାଦ ପ୍ରଦାନ କରେ ,ତାଙ୍କର ସ୍ଵର୍ଣଭ ରୂପ,ଉଜ୍ଜ୍ୱଳ ଆଖି ଓ ଆକର୍ଷକ ବେଶଭୁଷା ସମସ୍ତଙ୍କୁ ମୋହିତ କରେ । ଦେବୀ କାତ୍ୟାୟନୀଙ୍କୁ ଶକ୍ତି ସାହାସ ଓ ସଂକଳ୍ପର ପ୍ରତିକ ଭାବରେ ପୂଜା କରାଯାଏ, ମାନ୍ୟତା ରହିଛି ଯେ ଭଲ ଜୀବନ ସାଥି ପାଇବା ପାଇଁ କୁମାରୀ ମାନେ ତାଙ୍କର ପୂଜା କରନ୍ତି । ବ୍ରଜ ଗୋପୀ ମାନେ ଶ୍ରୀକୃଷ୍ଣ ଙ୍କୁ ପତି ରୂପରେ ପାଇବା ପାଇଁ ଏହି ଦେବୀଙ୍କର ଆରାଧାନା କରିଥିଲେ । ଜ୍ୟୋତିଷ ଶାସ୍ତ୍ର ଅନୁଶାରେ କାତ୍ୟାୟନୀ ଦେବୀ ବୃହସ୍ପତି ଗ୍ରହ କୁ ନିୟତ୍ରଣ କରନ୍ତି । ସେ ଭକ୍ତଙ୍କର ନକରାତ୍ମକ ଭାବନାକୁ ନଷ୍ଟ କରି ଶୁଦ୍ଧତା ପ୍ରଦାନ କରନ୍ତି । ମହିଷାସୁର କୁ ଯୁଦ୍ଧ ରେ ପରାଜିତ କରିଥିବାରୁ ଦେବୀ କାତ୍ୟାୟନୀ ମହିଷାମର୍ଦ୍ଧିନୀ ନାମରେ ମଧ୍ୟ ପରିଚିତ।ସର୍ବପ୍ରଥମେ ସୂର୍ଯ୍ୟ ଦେବତାଙ୍କୁ ଆବାହନ କରି ପୂଜାର୍ଚ୍ଚନା କରି ବନ ଦୁର୍ଗା ମନ୍ଦିର ପାର୍ଶ୍ୱ ଦେବାଦେବୀଙ୍କୁ ପୂଜା କରିଥିଲେ ।

ପରେ ପରେ ଦେବୀ ଦୁର୍ଗାଙ୍କ ଷଷ୍ଠ ଅବତାର ରେ ମାଁ କାତ୍ୟାୟନୀ ଦେବୀଙ୍କ ଷୋଡଶ ଉପଚାର ସହିତ ହୋମ କରି ପୂଜାର୍ଚ୍ଛନା କରିଥିଲେ । ଅରୁଣ କୁମାର ଦାନି ଓ ତାଙ୍କ ସହଧର୍ମିଣୀ ରୁପାରାଣୀ ସାହୁ ପ୍ରତ୍ୟେକ ଦିନର କର୍ତ୍ତା ଦାୟିତ୍ୱ ବହନ କରୁଛନ୍ତି । । ସକାଳ ଘ.୭.୦ ଟା ରେ ପୂଜା,ବାଳଭୋଗ ଆଳତୀ ସହିତ ୭୦.୦ ଟଙ୍କା ବିନିମୟରେ ଭକ୍ତଙ୍କ ପାଇଁ ଅନ୍ନ ଭୋଗ ର ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ଦିନ ସନ୍ଧ୍ୟା ୭ ଘଣ୍ଟା ସମୟରେ ମିଷ୍ଟାନ୍ନ ଭୋଗ,୭ ଘଣ୍ଟା ୩୦ ମିନିଟ ରେ ମଙ୍ଗଳ ଆଳତୀ,୨୯.୦୯.୨୦୨୫ ଚଣ୍ଡୀ ହୋମ,ଫଳମୂଳ ଭୋଗ ଓ ସନ୍ଧ୍ୟା ୭ ଘଣ୍ଟା ରେ ୧୦୮ ଦୀପ ପ୍ରଜ୍ବଳନ,

ତା.୩୦.୦୯.୨୦୨୫ ଅଷ୍ଟମୀ ହୋମ,୦୧.୧୦.୨୦୨୫ କୁମାରୀ ପୂଜା,ଶକ୍ତି ହୋମ ଏବଂ ୦୨.୧୦.୨୦୨୫ ବିଜୟା ଦଶମୀ ଦିନ ଅପରାଜିତା ପୂଜା,ହୋମ, ସକାଳ ଘ.୧୦.୧୦ ମିନିଟ ରେ ପୂର୍ଣାହୁତୀ ଓ ଘଟ ବିସର୍ଜନ ର ସୂଚନା କମିଟି ସୂତ୍ର ରୁ ପ୍ରାପ୍ତ ହୋଇଛି । ବନଦୁର୍ଗା ମନ୍ଦିର ର ସଭାପତି ଡ଼.ପ୍ରଭାତ ନାରାୟଣ ତ୍ରିପାଠୀ, ସମ୍ପାଦକ ଗୋପାଳ ଚନ୍ଦ୍ର ଭୋଇ,କୋଷାଧକ୍ଷ୍ୟ ଅନିଲ କୁମାର ବେହେରା ଙ୍କ ତତ୍ୱାଧାନ ରେ ଗଜିଆ ଶର୍ମା,ପ୍ରତାପ ମିଶ୍ର,ଗଜୁ ଅଗ୍ରୱାଲ,ଅଜିତ ସତପଥୀ, ସୁଶାନ୍ତ ପଧାନ,ବିଷ୍ଣୁ ଥପା ଓ ଉମେଶ ସାହୁ ଙ୍କ ସହଯୋଗ ରେ ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ କରି ଆସୁଛନ୍ତି ।

error: Content is protected !!