Friday, November 22, 2024
spot_imgspot_imgspot_img
Homeରାଜ୍ୟବଦଲିଲା ସରକାର , ଯୋଜନା ହେଲା ବିଫଳ।

ବଦଲିଲା ସରକାର , ଯୋଜନା ହେଲା ବିଫଳ।

୩ ମାସ ହେଲା ବ୍ଳକ କାର୍ଯ୍ୟାଳୟ ପରିସରରେ ଖତ ଖାଉଛିଏସି-ଲକ୍ଷ୍ମୀବସ ।

ଗାଇସିଲେଟ-ଲକ୍ଷ୍ମୀ ବସ ସେବା ଏହା ବିଗତ ନବୀନ ସରକାରଙ୍କର ଗୋଟିଏ ଯୁଗାନ୍ତକାରୀ ଯୋଜନା। ଗାଁ ଗହଳି ମାନଙ୍କୁ ବସ ଚଲାଚଲ କରୁନାହିଁ ବୋଲି ଯେମିତି କେହି କହିପାରିବେ ନାହିଁ।ଦୁର୍ଗମ ଅଞ୍ଚଳ ଯେମିତି ବିକାଶ ସାଙ୍ଗେ ଯୋଡି ହୋଇ ପାରିବ ସେ ଦିଗରେ ସାହା ହେବ ଲକ୍ଷ୍ମୀ ବସ୍ ଯୋଜନା।ଏହି ଯୋଜନାରେ ଗାଁରୁ ବ୍ଳକ ବ୍ଳକରୁ ଜିଲ୍ଲା ମୁଖ୍ୟାଳୟ କୁ କମ ଖର୍ଚ୍ଚ ରେ ଲୋକେ ସୁବିଧା ରେ ଯାତାୟାତ କରି ପାରିବେ ସେହି ଆଶାରେ ନବୀନ ପଟ୍ଟନାୟକ ସରକାର ଏହି ଯୋଜନା ଆରମ୍ଭ କରିଥିଲେ। କିନ୍ତୁ ପରିତାପର ବିଷୟ ଯେ ବରଗଡ ଜିଲ୍ଲାରୁ ପ୍ରଥମ କରି ଆରମ୍ଭ ହୋଇଥିବା ଗାଇସିଲେଟ ବ୍ଲକ ସଦରମହକୁମାରୁ ସକାଳେ ବାହାରି ଏକ ଲକ୍ଷ୍ମୀ ଏସି ବସ୍ ଗୁଦେରପାଲି ଭାୟା ବିଜେପୁର ରୁ ବରଗଡ ଜିଲ୍ଲା ମୁଖ୍ୟାଳୟ କୁ ପହଞ୍ଚୁଥିଲା।

କିନ୍ତୁ ଏହି ଲକ୍ଷ୍ମୀ ଏସି ବସଟି ଦୀର୍ଘ ତିନି ମାସ ହୋଇଯିବ ଗାଇସିଲେଟ ବ୍ଲକ କାର୍ଯ୍ୟାଳୟ ପରିସରରେ ଖରା ବର୍ଷା କାକର ଖାଇ ପଡିରହିଛି। ଏବିଷୟରେ ଆମ ପ୍ରତିନିଧି ସାମ୍ବାଦିକ ରିଙ୍କୁ ଦେବତା ଗାଇସିଲେଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ମାଝୀଙ୍କୁ ପଚାରିବାରୁ ସେ କହିଛନ୍ତି ଏହି ଏସି ଲକ୍ଷ୍ମୀ ବସର ପରମିଟ ବାତିଲ ହୋଇଯାଇଛି। ସେଥିପାଇଁ ତିନି ମାସ ହେବ ଖରାବର୍ଷା ରେ ବ୍ଳକ କାର୍ଯ୍ୟାଳୟ ପରିସରରେ ପଡିରହିଛି।ଆମେ ଯୋଜନା ପ୍ରସ୍ତୁତ କରୁଛୁ ଯେମିତି ଶୀଘ୍ର ପୂର୍ବ ଭଲି ଏ‌ହି ରୁଟରେ ଏହି ଲକ୍ଷ୍ମୀ ଏସି ବସଟି ଯାତାୟାତ କରିବ ପିରିବ ବୋଲି ବିଡ଼ିଓ ଶ୍ରୀ ମାଝୀ ସୁଚନା ଦେଇଛନ୍ତି।

ଏ ବାବଦରେ ଗାଇସିଲେଟ ବ୍ଲକରେ ବରଗଡ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିରରେ ଗାଇସିଲେଟ ବ୍ଲକ ଅଧ୍ୟକ୍ଷ ପ୍ରଣୟ ସାହୁ,ଚାଷୀନେତା କିଶୋର ଚନ୍ଦ୍ର ଦେବତାଙ୍କ ସମେତ ବ୍ଳକର ଅନେକ ସରପଞ୍ଚ ଲକ୍ଷ୍ମୀ ଏସି ବସ୍ ଯେମିତି ଶୀଘ୍ର ପୂର୍ବ ଭଲି ଏହି ରୁଟରେ ଚଳାଚଳ କରିପାରିବ ସେଥିପାଇଁ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଥିଲେ।

error: Content is protected !!