ପଦ୍ମପୁର – ପଦ୍ମପୁର ଉପଖଣ୍ଡ ପାଇକମାଳ ଥାନା ନୃସିଂହନାଥ ପିଠରେ ନୀତି ଶ୍ରଦ୍ଧାଳୁଙ୍କ ବହୁ ସଂଖ୍ୟାରେ ଭିଡ଼ ଲାଗିଥାଏ। ତେବେ ଗାଡି ପାର୍କିଙ୍ଗ ପାଇଁ ମନ୍ଦିର ବାହାରୁ ପ୍ରାୟ ଗୋଟେ କିଲୋମିଟର ପୂର୍ବରୁ ବ୍ୟବସ୍ଥା ହୋଇଥିବା ବେଳେ ପାର୍କିଙ୍ଗ ସ୍ଥଳେ ଗାଡି ରଖି ମନ୍ଦିର ପକ୍ଷରୁ ନିର୍ମାଣ ହୋଇଥିବା ଛୋଟ ରାସ୍ତାରୁ ମନ୍ଦିରକୁ ଆସିଥାନ୍ତି ପର୍ଯ୍ୟଟକ। ତେବେ କିନ୍ତୁ ମନ୍ଦିରକୁ ଆସୁଥୁବା ପର୍ଯ୍ୟଟକଙ୍କ ମଧ୍ୟରେ ବୟସ୍କ ଭିର୍ନକ୍ଷମ ବା ଯିଏ ଥାନ୍ତୁ ସମସ୍ତେ ଚାଲିକି ଆସିବା ପାଇଁ ବାଧ୍ୟ ହୋଇଥିବା ବେଳେ କିନ୍ତୁ କ୍ଷମତାର ଦୂରୁପଯୋଗ କରି କେବଳ ଯେ ପାର୍କିଙ୍ଗ ଗେଟ ନୁହଁ ବରଂ ସିଂହ ଦ୍ୱାରା ଲାଗି ରହିଥିବା ମନ୍ଦିର ପ୍ରାଙ୍ଗଣ ପାଖକୁ ପୁରା ଗାଡି ପ୍ରବେଶ କରାଉଛନ୍ତି ପୋଲିସ ଅଧିକାରୀ।
ତେବେ ସୁରକ୍ଷା ଦାୟିତ୍ୱ ପାଇଁ କି ଅନ୍ୟ କୌଣସି ସରକାରୀ କାର୍ଯ୍ୟକ୍ରମ ଥିଲେ ଏହା ମାନିବା ଯୋଗ୍ୟ କିନ୍ତୁ ବୁଲିବା ପାଇଁ ଆସୁଥିବା ବେଳେ ମଧ୍ୟ ନିଜର କାର୍ଯ୍ୟାଳୟ ଗାଡିରେ ଭିତର ଗେଟ କୁ ଯାଇ ସିଂହ ଦ୍ୱାରା ସାମ୍ନାରେ ଗାଡି ରଖୁଛନ୍ତି ପୋଲିସ ଅଧିକାରୀ। ଅନ୍ୟ ପଟେ ନୀତି ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ସଂଖ୍ୟାରେ ପର୍ଯ୍ୟଟକ ନୃସିଂହନାଥ ଆସୁଥିବା ବେଳେ କିଛି ଚୋରି କି ଅନ୍ୟ କୌଣସି ଅଘଟଣ ହେଲେ ଅଭିଯୋଗ ପାଇଁ ମନ୍ଦିର ପାଖେ ଫାଣ୍ଡି ନାହିଁ କି ସୁରକ୍ଷା ପାଇଁ ପୋଲିସ ବି ରହୁ ନଥିବା ଲୋକେ ଅଭିଯୋଗ କରୁଛନ୍ତି ଜନସାଧାରଣ।
ଯଦି କିଛି ହୁଏ ତେବେ ମନ୍ଦିର ରୁ ପ୍ରାୟ ତିନି କିଲୋମିଟର ଦୂର ପାଇକମାଳ ଛକ ପାଖରେ ଥିବା ଥାନାକୁ ଯିବାକୁ ପଡେ । କିନ୍ତୁ ବୁଲି ଆସୁଥୁବା ପର୍ଯ୍ୟଟକଙ୍କୁ ବାହାର ପଟୁ ପାର୍କିଂକୁ ଗାଡି ରଖିବା ପାଇଁ ବାରଣ କରି କୁହାଯାଉଥିବା ବେଳେ ବିନା କୌଣସି କାମରେ ମନ୍ଦିରକୁ ନିଜସ୍ୱ ଭାବରେ ବୁଲିବାକୁ କିମ୍ବା ପ୍ରସାଦ ପାଇବା ପାଇଁ ଆସୁଥିବା ପୋଲିସ କର୍ମଚାରୀ ସିଂହ ଦ୍ୱାରା ପର୍ଯ୍ୟନ୍ତ ଗାଡି ନବା କେତେ ଦୂର ଠିକ ବୋଲି ପ୍ରଶ୍ନ କରିଛନ୍ତି କିଛି ପର୍ଯ୍ୟଟକ। ଏହା ସହ ମନ୍ଦିର ପାଖରେ ଏକ ଫାଣ୍ଡି କରିବା ସହ ବୟସ୍କ ଏବଂ ଭିର୍ନକ୍ଷମ ଙ୍କ ପାଇଁ ମନ୍ଦିର ପ୍ରାଙ୍ଗଣ ଦ୍ୱାରା ପାଖରେ ହ୍ଵିଲ ଚେୟାରର ବ୍ୟବସ୍ଥା କରାଯାଉ ବୋଲି ଜନସାଧାରଣ ଦାବି କରିଛନ୍ତି ।