Saturday, March 7, 2026
Homeରାଜ୍ୟବଘିଆପଡା ମଣ୍ଡି ରୁ ସୋମବାର ଠାରୁ ଧାନ କ୍ରୟ ଶୁଭାରମ୍ଭ ।

ବଘିଆପଡା ମଣ୍ଡି ରୁ ସୋମବାର ଠାରୁ ଧାନ କ୍ରୟ ଶୁଭାରମ୍ଭ ।

ଜହ୍ନାପଙ୍କ(ନବ କିଶୋର ମେହେର)-ବୌଦ୍ଧ ବ୍ଳକ୍ ବଘିଆପଡା ପେକ୍ସ ପକ୍ଷରୁ ଖରିଫ ଧାନ କ୍ରୟ ପାଇଁ ସୋମବାର ମଣ୍ଡି ଉଦ୍‌ଘାଟିତ ହୋଇଛି। ପେକ୍ସ ସଭାପତି ରୋହିତ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମଣ୍ଡିକୁ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ ସଂପାଦକ ନେତ୍ରାନନ୍ଦ ପୁରୋହିତ, ସମିତିର ପଞ୍ଚାୟତ ନିର୍ବାହୀ ଅଧିକାରୀ ସତ୍ୟବାନ୍ ବେଜି, କିରନ୍ କୁମାର ପ୍ରଧାନ, ସୁକାନ୍ତ କୁମାର ପ୍ରଧାନ, ସମାଜସେବୀ ରଶ୍ମିକାନ୍ତ ପ୍ରଧାନ, ନୀଳମଣି ଦନ୍ତା ,ଗିରିଶଚନ୍ଦ୍ର ପ୍ରଧାନ, ସାମ୍ବାଦିକ ଶ୍ରୀକାନ୍ତ ସାହୁ, ସନ୍ଦୀପ କୁମାର ମାଝୀଙ୍କ ସମେତ ବଘିଆପଡା ଅଞ୍ଚଳର ଅନେକ ଚାଷୀ ଯୋଗ ଦେଇଥିଲେ। ସୋମବାର ଚାଷୀ ଯୋଗିନ୍ଦ୍ର କୁମାର ପ୍ରଧାନ, ଗୋକୁଳ କୁମାର ପ୍ରଧାନ ଙ୍କୁବ ଠାରୁ ୧୭୦ କୁଇଣ୍ଟାଲ ଧାନ ପ୍ରଥମ ଦିନରେ କିଣାଯାଇଥିଲା। ନିୟନ୍ତ୍ରୀତ ବଜାର କମିଟିର କର୍ମଚାରୀ ଓ ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

error: Content is protected !!