
ବୌଦ୍ଧ(ରିପୋର୍ଟ-ନବ କିଶୋର ମେହେର)-ବୌଦ୍ଧ ବ୍ଲକ ବଘିଆପଡା କ୍ଲଷ୍ଟର ସ୍ତରୀୟ ଶିକ୍ଷା ସଭା ସାଲେସିଂ ପ୍ରାଥମିକ ବିଦ୍ୟାଳୟ ଠାରେ ସୋମବାର ଅନୁଷ୍ଠିତ ହୋଇଯାଇଛି l ଏହି ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କମଳାକାନ୍ତ ଦଳ ବେହେରା,ସମିତି ସଭ୍ୟା ମୀରା ପାଣିଗିରି,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୁଶୀଲ କୁମାର ପ୍ରଧାନ,ଆଲୁମିନ ସଦସ୍ୟ ରାଜେଶ ପ୍ରଧାନ,ୱାର୍ଡ ସଭ୍ୟ ଶାନ୍ତି ବେହେରା, ପୂର୍ବତନ ଶିକ୍ଷୟତ୍ରୀ ସନ୍ଧ୍ୟାରାଣୀ ସାମନ୍ତରାୟ,ମେଣ୍ଢୀମାଳ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ସାହୁ,ନିରୀକ୍ଷକ ମନରଞ୍ଜନ ପାଣିଗ୍ରାହୀ,ପ୍ରଧାନଶିକ୍ଷକ କେଶବ ଚନ୍ଦ୍ର ଶତପଥୀ ଉପସ୍ଥିତ ରହି ନିଜର ମତ ପ୍ରକାଶ କରିଥିଲେ । ସି.ଆର.ସି.ସି ବିଜୟ କୁମାର ଭୋଇ ଉଦ୍ୟେଶ ଜ୍ଞାପନ କରିଥିଲେ ।

ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଅନିମା ମହାକୁଡ଼ ମଞ୍ଚ ପରିଚାଳନା କରିଥିଲେ । ବଘିଆପଡା କଷ୍ଟର ଅନ୍ତର୍ଗତ ଅଧାରୁ ପାଠ ଛାଡ଼ିଥିବା ପୁଅ ଝିଅଙ୍କ ମଧ୍ୟରୁ ୭ ଜଣ ନାମ ଲେଖାଇବା ସହ ଶିକ୍ଷା ସଭାରେ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ଉପାଦେୟ କିଟ ପ୍ରଦାନ କରାଯାଇଥିଲା । ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଆସ ସ୍କୁଲ ଯିବା,ନିଗୁଣ ଓଡ଼ିଆ ସମ୍ପର୍କିତ ନୃତ୍ୟ ପରିବେଷଣ କରାଯାଇଥିଲା । ଶିକ୍ଷୟିତ୍ରୀ ରଂଜିତା କୁମାରୀ ପ୍ରଧାନ,ବିଥିକା ସାମନ୍ତରାୟ, ବିନୋଦିନୀ ନାଏକ ସଚେତନlତ୍ମକ ସଂଗୀତ ଆସ ସ୍କୁଲ ଯିବା ଗାନ କରିଥିଲେ । ଏହି ସଭାରେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ,ଆଲୁମିନ କମିଟିର ସଭ୍ୟସଭ୍ୟା ଅଭିଭାବକ ଅଭିଭାବକ ଅଭିଭାବିକା ସହଯୋଗ କରିଥିଲେ,ଶେଷରେ ଶିକ୍ଷକ ଅଲେଖ ସିଂ ଧନ୍ୟବାଦ ଅର୍ପଣ କରିଥିଲେ ।



