Tuesday, April 22, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିବକ୍ସମା ହାଇସ୍କୁଲ ଠାରେ "କୃତ୍ରିମ ବୁଦ୍ଧିମତ୍ତା" ଉପରେ ଏକ ବ୍ଲକ ସ୍ତରୀୟ ବିଜ୍ଞାନ ସେମିନାର ଅନୁଷ୍ଠିତ।

ବକ୍ସମା ହାଇସ୍କୁଲ ଠାରେ “କୃତ୍ରିମ ବୁଦ୍ଧିମତ୍ତା” ଉପରେ ଏକ ବ୍ଲକ ସ୍ତରୀୟ ବିଜ୍ଞାନ ସେମିନାର ଅନୁଷ୍ଠିତ।

କୁଚିଣ୍ଡା(ତପନ ଦାଶ)-ବକ୍ସମା ହାଇସ୍କୁଲ ଠାରେ “କୃତ୍ରିମ ବୁଦ୍ଧିମତ୍ତା” ଉପରେ ଏକ ବ୍ଲକ ସ୍ତରୀୟ ବିଜ୍ଞାନ ସେମିନାର ବିଇଓ ସୁଶ୍ରୀ ଗୀତା ପଧାନଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଅଛି। ଉଦଘାଟନୀ ଉତ୍ସବରେ ବକ୍ସମା ସରପଞ୍ଚ ଶ୍ରୀମତୀ ସରସ୍ବତୀ ଠାକୁର ମୂଖ୍ୟ ଅତିଥି, ଏବିଇଓ ଲକ୍ଷ୍ମଣ ଦେହୁରୀ, କୁଟୁରାଚୁଆଁ ନୋଡାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ଭବାନୀ ଶଙ୍କର ନାୟକ, ମନୋହର ହାଇସ୍କୁଲ କୁନ୍ତରାର ପ୍ରଧାନ ଶିକ୍ଷକ ଅଶୋକ ପଟେଲ, ପଞ୍ଚାୟତ ନୋଡାଲ ହାଇସ୍କୁଲ ପରୁଆଭାଡିର ପ୍ରଧାନ ଶିକ୍ଷୟିତ୍ରୀ ଅନସୂୟା ବେହେରା, କୁ. ଜମନକିରା ହାଇସ୍କୁଲର ପ୍ରଧାନ ଶିକ୍ଷକ ବେଦବ୍ୟାସ ପଟେଲ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।

ବକ୍ସମା ହାଇସ୍କୁଲର ପ୍ରଧାନ ଶିକ୍ଷକ ବ୍ରଜମୋହନ ରଣା ସ୍ବାଗତ ଭାଷଣ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ସଫଳତା ପାଇବାକୁ ହେଲେ କଠୋର ପରିଶ୍ରମ ଆବଶ୍ୟକ ବୋଲି ଉପଦେଶ ଦେଇଥିଲେ । ଦୀନବନ୍ଧୁ ନୋଡାଲ ହାଇସ୍କୁଲ ଗୋଛରାର ଶିକ୍ଷକ ମନୋଜ କୁମାର ସାହୁ, ମନୋହର ହାଇସ୍କୁଲ କୁନ୍ତରାର ଶିକ୍ଷକ ସମୀର ପଟେଲ, ଗ୍ରାମପଞ୍ଚାୟତ ହାଇସ୍କୁଲ ହାଡିପାଲିର ଶିକ୍ଷକ ରଶ୍ମିରଞ୍ଜନ ମାଝି ବିଚାରକ ଦାୟିତ୍ଵ ତୁଲାଇଥିଲେ । କୁଚିଣ୍ଡା ସରକାରୀ ହାଇସ୍କୁଲର ଛାତ୍ର ହରେକୃଷ୍ଣ ସାହୁ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତରୀୟ ବିଜ୍ଞାନ ସେମିନାରରେ ଯୋଗଦେବାପାଇଁ ମନୋନୀତ ହୋଇଥିଲେ । ଶେଷରେ ବକ୍ସମା ହାଇସ୍କୁଲର ଶିକ୍ଷକ ରାଜକିଶୋର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ବକ୍ସମା ସିଆରସିସି ଶରତ ପସାୟତ ଓ ଅନ୍ୟ ସିଆରସିସି ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

error: Content is protected !!